ରାତିରେ ଲୁଚିଥିବା ବେଳେ ସେନା ଗୁଳିରେ ନିହତ ହେଲା ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରମୂଲା ଜିଲ୍ଲାର ସୋପୋରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗତକାଲି ରାତିରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ସଂଧ୍ୟାରେ ସୁରକ୍ଷା କର୍ମୀ ଘେରି ଯାଇଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୁରକ୍ଷାକର୍ମୀ ମାନେ ଘେରିଯିବା ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତକ ବାବଦରେ କୌଣସି ସୂଚନା ମିଳିପାରି ନାହିଁ।