୩ ମାସ ହେଲା ରାସ୍ତାରେ ଏମିତି ବୁଲୁଥିଲେ କୋଟିପତି

ଲକ୍ଷ୍ନୌ: ବେସାହାରା ଭାବେ ବୁଲୁଥିଲେ ରାସ୍ତାରେ। ଠିକ୍‌ରେ ଚାଲି ପାରୁ ନଥିଲେ। କଥା ବି ଭଲରେ କହିପାରୁ ନଥିଲେ। ବହୁ ପଚରାଉଚରା ପରେ ନିଜ ନାଁ ଓ ଗାଁ ବିଷୟରେ ଥର ଥର କଣ୍ଠରେ କହିଥିଲେ। ଆଉ ସେ ଯାହା କହିଥିଲେ, ତାହା ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। କାରଣ ଏହି ବ୍ୟକ୍ତି ଜଣଙ୍କ ଅଚଳାଚଳ ସମ୍ପତ୍ତିର ମାଲିକା। ଦୁଇରୁ ଚାରି ଚକିଆ ଗାଡ଼ିରେ ବୁଲୁଥିଲେ। ଜମିଦାର ପରିବାରର। ବହୁତ ବଡ଼ ବ୍ୟବସାୟ। ହେଲେ ନିୟତି ଆଗରେ ଯେମିତି ସେ ଅସହାୟ ଥିଲେ। ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ବିଷୟରେ ଓ ସେ କେମିତି ଉଦ୍ଧାର ହେଲେ।

ଗତ ଶନିବାର ସନ୍ଧ୍ୟାରେ ରାୟବରେଲିର ଡିହ କସ୍ୱିରେ ଶିବ ବଚ୍ଚନ (୬୦) ନାମକ ଏହି କୋଟିପତି ବୁଲିଥିବା ପୋଲିସ କର୍ମଚାରୀ ବ୍ରଜମୋହନ ଯାଦବଙ୍କ ନଜରରେ ପଡ଼ିଥିଲେ। ଶିବ ଠିକରେ ଚାଲି ପାରୁ ନଥିଲେ କି କଥା କହି ପାରୁ ନଥିଲେ। ବହୁତ କଷ୍ଟରେ ତାଙ୍କ ଘର ବଛରାୱାର ମଦାରୀ ଖେଡାରେ ବୋଲି ବ୍ରଜମୋହନଙ୍କୁ କହିଥିଲେ। ପୂର୍ବରୁ ବ୍ରଜମୋହନ ବଛରାୱା ଥାନାରେ ପୋଷ୍ଟିଂରେ ଥିଲେ। ତେଣୁ ସେ ସଙ୍ଗେ ସଙ୍ଗେ ଥାନକୁ ଫୋନ କରି ଏ ସମ୍ପର୍କରେ କହିବା ପରେ ଶିବ ସତ କହୁଥିବା ଜଣାପଡିଥିଲା। ପରେ ତାଙ୍କ ପରିବାର ଲୋକଙ୍କୁ ଡକାଯାଇ ଶିବଙ୍କୁ ହସ୍ତାନ୍ତର କରାଯାଇଥିଲା।

sibaକେତେ ସମ୍ପତ୍ତିର ମାଲିକ

ପରିବାର ଲୋକଙ୍କ କହିବା ଅନୁସାରେ ଶିବଙ୍କ ବାପା ଗୟା ବକ୍ସ ସିଂହଙ୍କ ନାଁରେ ପ୍ରାୟ ୭୦ ବିଧା (ଏକ ବିଧା ୧୩୬୭ ସ୍କୋୟାର ମିଟର) ଜମି ଥିଲେ। ଶିବଙ୍କ ପାଖରେ ୬ଟି ଦୋକାନ ରହିଛି। ଗାଁରେ ଚିପ୍ସ ଓ ମୋରମର ଏକ ବଡ଼ ଦୋକାନ ରହିଛି। ଘରେ ଦୁଇ ଓ ଚାରି ଚକିଆ ଗାଡ଼ି ରହିଛି। ନିଜେ ଶିବ ଏହି ସବୁ ବ୍ୟବସାୟକୁ ବୁଝାବୁଝି କରୁଥିଲେ।

sibaକାହିଁକି ରାସ୍ତାରେ ବୁଲୁଥିଲେ ଶିବ

ଶିବଙ୍କ ଭାଇ ରମନଙ୍କ ଅନୁସାରେ, ଶିବଙ୍କ ମାନସିକ ସ୍ଥିତି ଗତ ୧୦ ବର୍ଷ ହେଲା ଠିକ୍‌ ନଥିଲା। ୩ ମାସ ପୂର୍ବେ ଦଶହରା ବୁଲିବାକୁ ଘରୁ ବାହାରି ଆଉ ଫେରି ନଥିଲେ। ତାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ପରିବାର ଲୋକେ ଓ ପୋଲିସ୍‌ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସମ୍ପର୍କରେ କିଛି ଜଣାପଡି ନଥିଲା। ଶିବଙ୍କ ମାନସିକ ସ୍ଥିତି ଖରାପ ହେବା ପରେ ତାଙ୍କ ସାନଭାଇ ସବୁ ବ୍ୟବସାୟ ବୁଝାବୁଝି କରୁଛନ୍ତି। ଶିବଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପୁଅ ଲକ୍ଷ୍ନୌରେ ଇଂଜିନିୟରିଂ ଓ ଝିଅ ଦ୍ୱାଦଶରେ ପଢୁଛନ୍ତି।