‘ଖଣି ମାଲିକଙ୍କଠାରୁ ଜରିମାନା ସହ ସୁଧ ଆଦାୟ କରାଯାଉ’

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜରିମାନା ଦେଇ ନଥିବା ଖଣିମାଲିକଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ଜରିମାନା ସହ ସୁଧ ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣି ମାଲିକ ଜରିମାନା ଦାଖଲ କରି ନଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଇଡକୋକୁ ସ୍ୱତନ୍ତ୍ର ଭାବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖଣିମାଲିକମାନେ ୧୨ ପ୍ରତିଶତ ସୁଧ ସହ ଜରିମାନା ଦାଖଲ କରିବେ। ଅନ୍ୟ ଖିଲାପି ଖଣି ମାଲିକଙ୍କ କ୍ଷେତ୍ରରେ ରାଜ୍ୟ ସରକାର ଜରିମାନା ଆଦୟ ପ୍ରକ୍ରିୟା ଜାରି ରଖନ୍ତୁ ଓ ଆବଶ୍ୟକ ପଡ଼ିଲେ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତ କରନ୍ତୁ ବୋଲି ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୩୧ ସୁଦ୍ଧା ଖଣି ଲିଜଧାରୀମାନଙ୍କ ଠାରୁ ଆଦାୟ ହୋଇଥିବା ଜରିମାନା ସମ୍ପର୍କରେ ରାଜ୍ୟସରକାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ।