ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍‌ ହ୍ୟାକ୍: ହୋମପେଜ୍‌ରେ ଚୀନ ଭାଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହ୍ୟାକ୍ ହୋଇଯାଇଛି ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍‌। ୱେବସାଇଟ ହୋମପେଜ୍ ଖୋଲିଲେ ସେଥିରେ  Error ଦେଖାଉଥିବାବେଳେ ମାଣ୍ଡାରିନ୍ ଲିପିରେ କିଛି ଲେଖାଯାଇଥିବା ଦେଖାଯାଉଛି। ମାଣ୍ଡାରିନ ଲିପି ଚାଇନିଜ୍ ଭାଷାରେ ଲେଖାଯାଇଥାଏ। ତେଣୁ ଚୀନ୍ ହ୍ୟାକରଙ୍କ ଦ୍ୱାରା ଏହା ହ୍ୟାକ୍ ହୋଇଥିବା ସନ୍ଦେହ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍‌ ହ୍ୟାକ୍‌ ହେବା ଖବର ଜଣାପଡ଼ିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।