ଚାଞ୍ଚଲ୍ୟ: ବଳାତ୍କାରକୁ ବିରୋଧ କରିବାରୁ ନାବାଳିକାଙ୍କ ଗଳାକାଟି ହତ୍ୟା

ପାଟନା: ବଳାତ୍କାରକୁ ବିରୋଧ କରିବାରୁ ନାବାଳିକାଙ୍କୁ ବିଭତ୍ସ ହତ୍ୟା।  ଏମିତି ଏକ ଅଭାବନୀକାଣ୍ଡ ବିହାରର ଭୁଜ୍‌ପୁର ଜିଲ୍ଲା ଚାରପୋଖରୀ ବ୍ଲକରେ ଘଟିଛି।  ଏହି ଘଟଣାରେ ପୀଡ଼ିତାର ଜଣେ ସମ୍ପର୍କୀୟଙ୍କୁ ପୋଲିସ ଅଟକ ରଖିଛି। ପୋଲିସ କହିବା ଅନୁଯାୟୀ  ସେହି  ୨୨ ବର୍ଷୀୟ ଯୁବକ ଜଣକ ବଳାତ୍କାର କରିବାକୁ ଆସିଥିଲେ। ହେଲେ ନାବାଳିକା ଜଣକ ବିରୋଧ କରିବାକୁ ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଯୁବକ ଜଣକ  ଅମାନବୀୟକାଣ୍ଡ ଘଟାଇଥିଲେ। ଯୁବକ ଜଣକ ନାବାଳିକାଙ୍କ ବେକ କାଟି ହତ୍ୟା କରିଛନ୍ତି।   ନାବାଳିକା ଜଣକ ଚତୁର୍ଥ ଶ୍ରେଣୀରେ  ଛାତ୍ରୀ ଥିଲେ। ଶନିବାର ନାବାଳିକା ଜଣକ ଘରେ ଏକୁଟିଆ ଥିଲା ବେଳେ ସମ୍ପୃକ୍ତ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଛନ୍ତି। ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୌଜନ୍ୟ ହିନ୍ଦୁସ୍ଥାନ୍ ଟାଇମ୍‌ସ୍‌