ମିଶିଗନ୍‌ରେ ଗୁଳି ବିନିମୟ, ୬ ମୃତ

ନ୍ୟୁୟର୍କ: ଆମେରିକାର ମିଶିଗନ୍ ନିକଟ କଳାମାଜୁରେ ଗୁଳି ବିନିମୟ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି। ପୋଲିସ୍ ଆକ୍ରମଣକାରୀ ଦୁର୍ବୃତ୍ତଙ୍କୁ ସନ୍ଧାନ କରୁଛି। ଗୁଳି ବନିମୟର କାରଣ ଜଣାପଡ଼ିନାହିଁ।

ଆକ୍ରମଣକାରୀମାନେ ଏକ ଏସ୍‌ୟୁବିରେ ଆସି ଆଖିବୁଜା ଗୁଳି ଚଳାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।