ଫ୍ରାନ୍ସର ଇରିସ୍ ମିସ୍ ୟୁନିଭର୍ସ

ମନିଲା: ଫିଲିପାଇନ୍ସର ମନିଲାରେ ଅନୁଷ୍ଠିତ ୬୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଫ୍ରାନ୍ସର ୨୩ ବର୍ଷୀୟ ଇରିସ୍ ମିଟେନାଏରେ। ୮୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଚଳିତ ବର୍ଷ ଏହି ମୁକୁଟ ପିନ୍ଧିଛନ୍ତି। ଉତ୍ତର ଫ୍ରାନ୍ସର ଏକ ଛୋଟ ସହର ଲିଲେରେ ତାଙ୍କ ଘର। ସେ ଦନ୍ତ ଚିକିତ୍ସାର ଛାତ୍ରୀ।

୨୫ ବର୍ଷୀୟ ମିସ୍ ହାଇତି ରାକ୍ୱେଲ୍ ପେଲିସିଏର୍ ପ୍ରଥମ ରନରଅପ୍ ହୋଇଥିବା ବେଳେ ୨୩ ବର୍ଷୀୟ ମିସ୍ କୋଲମ୍ବିଆ ଆନ୍ଦ୍ରିଆ ତୋଭାର ଦ୍ୱିତୀୟ ରନରଅପ୍ ହୋଇଛନ୍ତି।

ଭାରତ ତରଫରୁ ରୋଶ୍‌ମିତା ରହିମୁର୍ତ୍ତି  ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ।