ମଣିଷ ନୁହେଁ ମୂଷା ପିଉଛି ମଦ: ଚର୍ଚ୍ଚାରେ ବିହାର ପୋଲିସ୍‌ର ମଦ ବୟାନ

ପାଟଣା: ବିହାରରେ ମଦ ପିଉଛନ୍ତି ମୂଷା। ଏହା ଆମେ କହୁନୁ , ଖୋଦ୍‌ ବିହାର ପୋଲିସ ଏଭଳି ବୟାନ ଦେଇଛି। ଯାହାକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚା ଜୋର୍‌।

ନୀତିଶ ସରକାର ବିହାରରେ ମଦକୁ ସମ୍ପୁର୍ଣ୍ଣ ଭବେ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି। ହେଲେ ଏବେ ବି ଚାଲିଛି ଚୋରାମଦ କାରବାର। ପୋଲିସ୍‌ ଓ ଅବକାରୀ ବିଭାଗ ପ୍ରତିଦିନ ରେଡ୍‌ କରୁଛନ୍ତି। ଆଉ ଜବତ କରୁଛନ୍ତି ମଦ। ତେବେ ମଣିଷ ନୁହେଁ ମୂଷା ପିଉଛି ମଦ। ବିହାର ପୋଲିସ୍‌ର ଏ ବୟାନ, ଏବେ କୌତୁହଳ ସୃଷ୍ଟି କରିଛି।

ମିଡିଆ ରିପୋର୍ଟ ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପୋଲିସ ରେଡ୍‌ କରି ଯେଉଁ ଚୋରା ମଦକୁ ଥାନକୁ ଆଣିଥାଏ, ଥାନାରେ ସେହି ମଦ ବୋତଲରୁ ଧିରେ ଧିରେ ମଦ ଗାଏବ ହୋଇଯାଇଥାଏ। ଯାହାକୁ ନେଇ ପ୍ରଶ୍ନ ଉଠିବାରୁ ଏହାର ଜବାବ ରଖିଛି ବିହାର ପୋଲିସ। ଏକ ବୈଠକରେ ବିହାର ପୋଲିସ କହିଛି ଯେ ଚୋରା ମଦ ସିଜ୍‌ କରିବା ପରେ ଏହାକୁ ଥାନାକୁ ଅଣା ଯାଇଥାଏ। ଯେଉଁଥିରେ କିଛି ମଦ ବୋତଲ ଭାଙ୍ଗିଯାଇଥାଏ। ଆଉ ଯେଉଁ କିଛି ମଦ ବାକି ରହିଥାଏ ତାକୁ ମୂଷାମନେ ପିଇ ଦେଇଥାନ୍ତି।

ଏହି ଖବର ସମ୍ନାକୁ ଆସିବା ପରେ ଏବେ ବିହାରେ ଚହଳ ସୃଷ୍ଟି ହୋଇଯାଇଛି। ବିହାର ପୋଲିସକୁ ଏବେ ଅଙ୍ଗୁଳି ଉଠାଇଛନ୍ତି ଲୋକେ। ଏହି ଘଟଣା ସମ୍ନାକୁ ଆସିବା ପରେ ସଙ୍ଗେସଙ୍ଗେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିହାର ଏଡିଜି।

News and Picture Courtesy- indiatoday