ବାହୁବଳୀ ରକେଟର ସେଲଫି ସୌକ୍‌: ମହାକାଶକୁ ଯାଇ ଫଟୋ ପଠାଇଲା ଏମକେ-ଥ୍ରୀ

ନୂଆଦିଲ୍ଲୀ: ସେଲ୍‌ଫି ପ୍ରେମରେ ବାହୁବଳୀ ରକେଟ୍‌। ରକେଟର ପୁଣି ସେଲଫି ସୌକ୍‌। ଗତ ସୋମବାର ଇସ୍ରୋ ମହାକାଶକୁ ପଠାଇଥିବା ବହୁ ଚର୍ଚ୍ଚିତ ଜିଏସଏଲ୍‌ଭି ଏମକେ-ଥ୍ରୀ ରକେଟ ନିଜର ସେଲ୍‌ଫି ପଠାଇଛି। ମହାକାଶରେ ନିଜ କକ୍ଷପଥରେ ଅବସ୍ଥାପିତ କରିବାର ଦୁଇ ଦିନ ପରେ ଗୋଟିଏ ସେଲ୍‌ଫି ଫଟୋ ପଠାଇଛି ଏହି ରକେଟ। ରକେଟଟି ଉତ୍‌କ୍ଷେପଣ ଦିନ ଏହି ସେଲ୍‌ଫି ନେଇଥିଲା । ୨୦୦ ହାତୀର ଓଜନ ସହ ସମକକ୍ଷ କୁହାଯାଉଥିବା ଏହି ରକେଟକୁ ବାହୁବଳୀ ଆଖ୍ୟା ଦିଆଯାଇଛି। ୬୪୦ ଟନ୍ ବିଶିଷ୍ଟ ଏହି ରକେଟଟି ପଠାଇଥିବା ସେଲଫି ଇସ୍ରୋକୁ ହସ୍ତଗତ ହୋଇଛି। ଫଟୋଟିରେ ଏକଦମ କ୍ଲାରିଟି ରହିଛି।

ଏହି ଫଟୋ ପାଇବା ପରେ ଇସ୍ରୋ ବୈଜ୍ଞାନକିଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କଳା ଏବଂ ଧଳା ରଙ୍ଗର ଆସିଥିବା ଫଟୋଟିରେ କମଳା ରଙ୍ଗର ଛିଟା ରହିଛି। ପୂର୍ବରୁ ୧୯୭୯, ୧୯୯୩  ଏବଂ ୨୦୦୧ରେ ଏହି ରକେଟକୁ ଉତ୍‌କ୍ଷେପଣ ପାଇଁ ଉଦ୍ୟମ ହୋଥିଲେ ମଧ୍ୟ ତାହା ଫେଲ ମାରିଥିଲା।  ହେଲେ ଶେଷ ଥର ପାଇଁ  ଗତ ସୋମବାର ଏହା ନିଜ କକ୍ଷପଥରେ ପହଞ୍ଚିବାର ସଫଳ ହୋଇଛି।