ମହାରାଷ୍ଟ୍ରରେ ପୁଣିଥରେ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ: ଭାଇରାଲ ହେଲା ଭିଡ଼ିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ରରେ ପୁଣିଥରେ ଉତ୍ତର ଭାରତୀୟଙ୍କ ଉପରକୁ ଆକ୍ରମଣ କରିଛି ମହାରାଷ୍ଟ୍ର ନବନିର୍ମାଣ ସେନା। ସୋସିଆଲ୍ ମିଡିଆରେ ଏ ନେଇ ଏକ ଭିଡିଓ ଭାଇରାଲ ହୋଇଛି। କୁପଓ୍ୱାଡ ଅଞ୍ଚଳରେ ଏମଏନ୍ଏସ କର୍ମୀମାନେ ଗୋଡ଼େଇ ଗୋଡ଼େଇ ଉତ୍ତର ଭାରତୀୟ ଲୋକଙ୍କୁ ପିଟୁଥିବା ଦେଖିବାକୁ ମିଳିଛି। କୁପଓ୍ୱାଡ଼ ଅଞ୍ଚଳରେ ସୂତା କଳ, ବିସ୍କୁଟ ଓ ଚକୋଲେଟ୍ ଫ୍ୟା୍କ୍ଟି ଭଳି ଛୋଟ ଛୋଟ ଶିଳ୍ପ କାରଖାନା ରହିଛି ଯେଉଁଠି ବାହାର ରାଜ୍ୟରୁ ଅନେକ ଲୋକ ଆସି କାମ କରନ୍ତି। ତେଣୁ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଏମଏନଏସ ଅଣ ମରାଠୀମାନଙ୍କୁ ଆକ୍ରମଣ କରୁଥିବା ଏହି ଭିଡିଓରେ ଜଣାପଡିଛି।