ଜେଏନୟୁ ଘଟଣାରେ ମୁହଁ ଖୋଲିଲେ ଅମରଙ୍କ ପିତା:  ମୋ’ ପୁଅ ଦେଶଦ୍ରୋହୀ ନୁହେଁ, ଷଡ଼ଯନ୍ତ୍ରର ଶିକାର ହୋଇଛି

ନୂଆଦିଲ୍ଲୀ: ଜେଏନ୍‌ୟୁରେ ଅଫଜଲ୍ ଗୁରୁକୁ ସମର୍ଥନ କରି ଦେଶ ବିରୋଧୀ ସ୍ଲୋଗାନ୍ ଦେବା ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅମର ଶାହିଦ୍‌ଙ୍କ ପିତା  ଡଃ. ଏସ୍‌କ୍ୟୁଆର ଇଲିଆସ୍ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ତାଙ୍କ ପୁଅ ଦେଶଦ୍ରୋହୀ ନୁହେଁ। ସେ ଏକ ବଡ଼ ଷଡ଼ଯନ୍ତ୍ରର ଶିକାର ହୋଇଛି।

ସେ ଆହୁରି କହିଛନ୍ତି ଘଟଣା ସମ୍ପର୍କରେ ଯାହା କିଛି ସୂଚନା ପାଇଛି ସବୁ ଗଣମାଧ୍ୟମରୁ। ଅମର ସହ ମୋଣ କୌଣସି କଥାବାର୍ତ୍ତା ହୋଇନାହିଁ। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରାଯାଉ।

ସେ କହିଛନ୍ତି, ଭାରତର ସାଧାରଣ ଓ ଗିରବ ଲୋକଙ୍କ ସେବା କରିବାକୁ ଅମର ବିଦେଶୀ ମିଳିଥିବା ସ୍କୋଲାରସିପକୁ ପାଦରେ ଏଡାଇ ଦେଇଥିଲା। ଏପରି ଜଣେ ବ୍ୟକ୍ତି କେବେ ବି ଭାରତ ବିରୋଧୀ ସ୍ଲୋଗାନବାଜିରେ ସାମିଲ ହୋଇ ନ ପାରେ।

ଏହି ଘଟଣାରେ ଅମରକୁ ଏକ ମାଧ୍ୟମ କରାଯାଇଛି। ଏଥିରେ ଏବିଭିପିର ଲୋକମାନେ ସାମିଲ ଅଛନ୍ତି। ସେମାନଙ୍କ ଦେଶ ବିରୋଧୀ ନାରାବାଜିର ଭିଡିଓ ପଦାକୁ ଆସିଛି ବୋଲି ସେ ଅଭିଯୋଗ କରିଛନ୍ତି। ଯେଉଁ ଆଧାରରେ ଅମର ଉପରେ ଦେଶଦ୍ରୋହ ଅଭିଯୋଗ ଲଗାଯାଇଛି, ଏହାର ବିଚାର କୋର୍ଟଙ୍କୁ କରିବାକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି।