ମୋବାଇଲ୍ ଡେଲିଭରୀ ହେବ ହେଲିକପ୍ଟରରେ: ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏବେ ମୋବାଇଲ ଆସିବ ହେଲିକପ୍ଟରରେ। ଗ୍ରାହକଙ୍କ ପାଖରେ ହେଲିକପ୍ଟର ମାଧ୍ୟମରେ ପହଞ୍ଚିବ ମୋବାଇଲ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ତୁର୍କୀର ଜଣେ ବ୍ୟବସାୟୀଙ୍କ ପାଇଁ ଆକାଣପଥରେ ଇଂଲଣ୍ଡରୁ ଆସିବ ମୋବାଇଲ ଫେ।ନ୍।

୨ କୋଟି ୩୦ ଲକ୍ଷ ଟଙ୍କ।ର ଇଂଲଣ୍ଡ ନିର୍ମିତ ଭର୍ଚ୍ୟୁ ସିଗ୍ନେଚର କୋବ୍ରା ବ୍ରାଣ୍ଡର ଫେ।ନ ଏବେ ବଜାରକୁ ଆସିଛି। ଏହି ଲିମିଟେଡ ଏଡିସନର ମାତ୍ର ୮ଟି ଫେ।ନ ବଜାରକୁ ଆସିଛି। ୪୩୯ଟି ହୀରା ଓ ବିଭିନ୍ନ ମୂଲ୍ୟବାନ ରତ୍ନପଥର ଖଚିତ ହୋଇଛି ଏହି ମୋବାଇଲ ଫେ।ନରେ। ମୋବାଇଲର ଆକର୍ଷଣୀୟ ଲୁକ୍ ପାଇଁ ଏହାର ସାମ୍ନାରେ ଦୁମୂଲ୍ୟ ଉଜ୍ଜଳ ମର୍କତ ମଣି ଲଗାଯାଇଛି। ଫ୍ର।ନ୍ସର ନାମୀ ଜୁଏଲାରୀ ସପ୍ ବାଉଚ୍ରନ୍ ଏହି ଫେ।ନର ଡିଜାଇନିଂ କରିଛି । ମୋବାଇଲର ନାମ ଅନୁସାରେ ଫେ।ନର ସାମ୍ନାରେ କୋବ୍ରା ଆକୃତିର ଏକ ଡିଜାଇନିଂ କରାଯାଇଛି।