ମୋଦିଙ୍କ ଫିଟନେସ୍ ଚ୍ୟାଲେଂଜ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଟେବୁଲ ଟେନିସ ଖେଳାଳି ଓ ବୟସ୍କ IPSଙ୍କୁ ଫିଟ୍ ପାଇଁ ଦେଲେ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଟନେସ ଚ୍ୟାଲେଂଜରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୋସିଆଲ ମିଡିଆରେ ସେୟାର କରିବା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଓ ୪୦ ବର୍ଷରୁ ଅଧିକ ଆଇପିଏସ ଅଧିକାରୀଙ୍କୁ ଫିଟ୍ ରହିବାକୁ ଆହ୍ୱାନ ଦେଇଛନ୍ତି।

ବିରାଟଙ୍କ ଫିଟ୍‌ନେସ୍‌ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜର ଫିଟନେସ ଭିଡିଓ। ଏଥିରେ ମୋଦିଙ୍କୁ ବୁଦ୍ଧଙ୍କ ପ୍ରତିମା ଆଗରେ ଯୋଗ ଏବଂ ବ୍ୟାୟାମ ସହ ପଞ୍ଚତତ୍ୱ ଆଧାରରେ ପରିପୂର୍ଣ୍ଣ ଥିବା ଏକ ବୃକ୍ଷ ଚାରିପଟେ ପରିକ୍ରମା କରୁଥିବାର ଦେଖିବାକୁ ମିଳିଛି। ପଥର ଖଣ୍ଡ ଉପରେ ମଧ୍ୟ ମୋଦି କଷ୍ଟସାଧ୍ୟ ବ୍ୟାୟମ କରିଛନ୍ତି। ପ୍ରତ୍ୟେକ ଦିନ ପ୍ରଧାନମନ୍ତ୍ରୀ ମୋଦି ଏହିଭଳି ବ୍ୟାୟାମ କରୁଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫିଟନେସ ଚ୍ୟାଲେଞ୍ଜର ଆରମ୍ଭ କରିଥିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ଅଲମ୍ପିଆନ ରାଜ୍ୟବର୍ଦ୍ଧନ ସିଂହ ରାଠୋର। ପୁସ ଅପ୍ ମାରୁଥିବାର ଏକ ଭିଡିଓ ସେୟାର କରି ସେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ଚ୍ୟାଲେଞ୍ଜ କରିଥିଲେ। 

ଏହାପରେ କୋହଲି ନିଜର ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ଫିଟନେସ ଚ୍ୟାଲେଂଜ ଦେଇଥିଲେ।  ପ୍ରଧାନମନ୍ତ୍ରୀ ଚ୍ୟାଲେଂଜକୁ ସ୍ୱୀକାର କରି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସର୍ବାଧିକ ପଦକ ବିଜେତା ଟେନିସ୍ ଖେଳାଳୀ ମୋନିକା ବାତ୍ରା ଓ ୪୦ ବର୍ଷରୁ ଅଧିକ ବୟସର ଆଇପିଏସ ଅଧିକାରୀମାନଙ୍କୁ ଫିଟ ରହିବା ପାଇଁ ଆୱାନ ଦେଇଛନ୍ତି। ଆଉ ଆଇପିଏସ ଆସୋସିଏସନ ପକ୍ଷରୁ ଏହାକୁ ସ୍ୱୀକାର କରାଯାଇଛି।  

କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ, ବିରୋଧୀଙ୍କୁ ଚ୍ୟାଲେଂଜ ଦେବାକୁ ଭୁଲି ନାହାନ୍ତି। କର୍ଣ୍ଣାଟକର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାସ୍ୱାମୀଙ୍କୁ ମଧ୍ୟ ଫିଟନେସ ଚ୍ୟାଲେଂଜ ଦେଇଛନ୍ତି। ଜୁନ ୨୧ରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ପ୍ରସ୍ତୁତି ଜୋର ଧରିଥିବା ବେଳେ ଏବେ ଫିଟନେସ ଚ୍ୟାଲେଂଜରେ ବିଭିନ୍ନ ବର୍ଗର ଲୋକ ସାମିଲ ହେବାରେ ଲାଗିଛନ୍ତି।