ଦିଲ୍ଲୀରେ ବିଜୟ ଉତ୍ସବ ପାଳିଲା ବିଜେପି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜେପିର ଅଦ୍ଭୁଦପୂର୍ବ ଜନସମର୍ଥନ ପରେ ନୂଆଦିଲ୍ଲୀରେ ବିଜୟ ଉତ୍ସବ ପାଳିଛି ବିଜେପି । ଦଳୀୟ ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ମହାବିଜୟ ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ଶୋଭାଯାତ୍ରାରେ ଚାଲି ଚାଲି ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ । ଏହାପରେ ସେ ବିଧାନସଭା ନିର୍ବାଚନରେ ମତଦାନ କରିଥିବା ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହାସହ ୟୁପି ବିଜୟ ସଫଳ କରିଥିବା ଅମିତ ଶାହା ଓ ତାଙ୍କ ଟିମ୍‌ ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ ଧନ୍ୟବାଦ ଦେଇଥିଲେ ମୋଦି । ବିଜେପି ସରକାର ସମାଜରେ ସବୁ ବର୍ଗଙ୍କ ବିକାଶ ପାଇଁ କାମ କରିବ ବୋଲି ଏହି ଅବସରରେ ମୋଦି ଘୋଷଣା କରିଥିଲେ ।