ମୋଦିଙ୍କ ରାଲିରେ ପକୁଡ଼ି ବିକିଲେ ଛାତ୍ରଛାତ୍ରୀ: କାହିଁକି ଏ ପଦକ୍ଷେପ ? ପଢନ୍ତୁ

ବେଙ୍ଗାଲୁରୁ: ମୋଦିଙ୍କ ବେଙ୍ଗାଲୁରୁ ଗସ୍ତକୁ ଏକ ଅଭିନ୍ନ ଢଙ୍ଗରେ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ।  ରାସ୍ତା କଡ଼ରେ ପକୁଡ଼ି ବିକ୍ରି କରି ବିରୋଧ ପ୍ରଦର୍ଶନ କରିଛନ୍ତି । ଡିଗ୍ରୀ ହାସଲ ପରେ ମଧ୍ୟ ନିଯୁକ୍ତିର ସୁଯୋଗ ନ ଥିବା ଅଭିଯୋଗ କରି ଏପରି ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  କିଛି ଛାତ୍ରଛାତ୍ରୀ।  ଏପରିକି ମୋଦିଙ୍କ ରାଲି ହେବାକୁ ଥିବା ସଭା ସ୍ଥଳି ନିକଟରେ ପକୁଡ଼ି ବିକି ଥିଲେ ଛାତ୍ରଛାତ୍ରୀ।  ଏହାସହ ରାସ୍ତାରେ ଯାଉଥିବା ସମସ୍ତ ଲୋକଙ୍କୁ ପକୁଡ଼ି ବାଣ୍ଟିଥିଲେ ସେମାନେ । କିଛି ଦିନ ପୂର୍ବେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ  ମୋଦି ପକୁଡ଼ି କଥାକୁ ଉଠାଇଥିଲେ।  ଦେଶରେ ନିଯୁକ୍ତି ଯେ, କେବଳ ଚାକିରି କରିବା ଦ୍ୱାରା ମିଳେ ତାହା ନୁହେଁ ବରଂ ପକୁଡ଼ି ବିକିବା ବି ଏକ ପ୍ରକାରର ନିଯୁକ୍ତି ବୋଲି କହିଥିଲେ ମୋଦି।