ଅପାରଗ ଅଫିସରଙ୍କୁ କାଢ଼ି ଦେବେ କି ମୋଦି ସରକାର? ଯାଞ୍ଚ ତାଲିକାରେ ୬୭ ହଜାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଇଏଏସ୍‌ ଓ ଆଇପିଏସ୍ ଅଧିକାରୀଙ୍କ ସମେତ ୬,୭୦୦୦ କର୍ମଚାରୀଙ୍କ କାମର ରେକର୍ଡ ସମୀକ୍ଷା କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଯେଉଁମାନେ ଭଲ କାମ କରୁ ନାହାନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଏହି ସମୀକ୍ଷା କରୁଛନ୍ତି। ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ଉଦ୍ଦେଶ୍ୟରେ ସରକାର ଏଭଳି ଏକ ପଦକ୍ଷେପ ହାତକୁ ନେଇଛନ୍ତି।

କାର୍ମିକ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବଢ଼ାଇବା ଓ ଦୁର୍ନୀତିକୁ ଆଦୌ ପୂରାଇ ନ ଦେବା ଉଦ୍ଦେଶ୍ୟରେ ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ସଚ୍ଚୋଟ କର୍ମଚାରୀମାନଙ୍କୁ ଏକ ଅନୁକୂଳ ବାତାବରଣ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

କେନ୍ଦ୍ର ସରକାରଙ୍କ ଅଧୀନରେ ମୋଟ ୪୮.୮୫ ଲକ୍ଷ କର୍ମଚାରୀ କାମ କରୁଛନ୍ତି।