ମନର କଥାରେ ବିରୋଧୀଙ୍କୁ ଜବାବ: ମୋଦି କହିଲେ ସବୁ ପରିବାରରେ ମୁଁ ନିଜକୁ ପାଉଛି  

ନୂଆଦିଲ୍ଲୀ: ସାରା ଭାରତରେ ଯେତେ ପରିବାର ଅଛି ସବୁଠି ମୁଁ ନିଜକୁ ପାଉଛି। ଅନ୍ୟମାନଙ୍କ ଭଳି ମୁଁ ବି ଜଣେ ପରିବାରର ସଦସ୍ୟ। ସମସ୍ତଙ୍କ ଦୁଃଖରେ ସୁଖରେ ସାମିଲ ହେବା ମୋର କର୍ତ୍ତ୍ୟବ୍ୟ । ସେମାନଙ୍କ ସହ ହସଖୁସି ବାଣ୍ଟିବାରେ ମୁଁ ଦ୍ୱିଧା ଅନୁଭବ କରେନି।  ରବିବାର ମନ୍‌କୀ ବାତରେ ଏମିତି କିଛି  କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନକୀ ବାତ୍‌କୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେବା ପରେ  ବିରୋଧୀଙ୍କୁ ଏମିତି ଢଙ୍ଗରେ ଜବାବ ଦେଇଛନ୍ତି ମୋଦି।  ମନକୀ ବାତ୍‌ ପ୍ରୋଗ୍ରାମକୁ କେହି ରାଜନୈତି ଅର୍ଥରେ ନେବା କଥା ନୁହଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ମନକୀ ବାତ୍‌କୁ କିଏ କେତେ ପ୍ରକାର ଦେଖୁଛି। କେହି କହୁଛନ୍ତି ମୋଦି ଏହାକୁ ମାଧ୍ୟମ କରି ନିଜର ପ୍ରଚାର କରୁଛନ୍ତି  ଆଉ କେହି ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଛନ୍ତି । ହେଲେ ମୋ ମନରେ ସେମିତି  କିଛି ନାହିଁ। ମୁଁ  ସମସ୍ତଙ୍କ ଘରେ ଜଣେ ସଦସ୍ୟ ଭଳି। ସାରା ଭାରତକୁ ମୁଁ ମୋ ପରିବାର ଭଳି ଦେଖେ ବୋଲି ସେ କହିଛନ୍ତି। ଆଉ ମନକୀ ବାତ୍‌ରେ କଥା ହେବା ମୋ ପାଇଁ  ଏକ ରୁଟିନ୍‌ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦି ପରିବେଶ ସୁରକ୍ଷା ଏବଂ ଯୋଗ ଉପରେ କେତେକ ଉପାଦେୟ କଥା କହିଥିଲେ।