ମୋଦିଙ୍କ ହୁଇପ୍‌: ସଂସଦରେ ଉପସ୍ଥିତ ରୁହ

ନୂଆଦିଲ୍ଲୀ: ସଂସଦର ଅଧିବେଶନ କାଳରେ ଅନୁପସ୍ଥିତ ରହୁଥିବା ବିଜେପି ଏମପିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରମ ବାଣୀ। ଯଦି କେହି ଏମପି ଅନୁପସ୍ଥିତ ରହୁଛନ୍ତି ତା’ର କୈଫତ ଦେବାକୁ ମୋଦି ସତର୍କ କରିଦେଇଛନ୍ତି। ସଂସଦରେ ଏମପିମାନଙ୍କ ଅବହେଳା ସମ୍ପକର୍କରେ ସଂସଦୀୟବ୍ୟପାର ମନ୍ତ୍ରୀ  ଅନନ୍ତ  କୁମାର ଅବଗତ କରିବା ପରେ ମୋଦି ବିଗିଡ଼ି ଯାଇଛନ୍ତି। ଗତକାଲି  ଉଭୟ ସଂସଦ କୋରମରେ ଅଧିକାଂଶ ଏମପି ଅନୁପସ୍ଥିତ ଥିଲେ। ଏନେଇ  ମନ୍ତ୍ରୀ ଅନନ୍ତ  କୁମାର ମୋଦିଙ୍କୁ ଅବଗତ କରିଥିଲେ।  ଅନ୍ତତଃ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ଏମପିମାନେ ଗୃହରେ ସେମାନଙ୍କ ଦାୟିତ୍ୱ ନିଭାଇବାକୁ ପରାମର୍ଶ ଦେବା ଲାଗି ମୋଦିଙ୍କୁ ଜଣାଇଥିଲେ ଅନନ୍ତ। ଏହା ପରେ ମୋଦି କ୍ଷୁବ୍ଧ ହୋଇଯାଇଥିଲେ। ସବୁ ଭାଜପା ଏମପିଙ୍କୁ ଚେତାବନୀ ଦେଇ କହିଥିଲେ ମୁଁ କେବେ ବି କାହାକୁ ଡାକିପାରେ। ତେଣୁ  ସମସ୍ତ ଏମପି ସଂସଦରେ ଉପସ୍ଥିତ ରହିବା ଜରୁରୀ। ସୂଚନାଯୋଗ୍ୟ ଯେ, ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ନ ହୋଇ ପଡ଼ିରହିଛି।  ତେଣୁ ଏମିପିମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।