ମୋଦିଙ୍କୁ ସମର୍ଥନ ବେଲୁଚି ନେତାଙ୍କ ପାଇଁ ଭାରି ପଡ଼ିଲା: ଶିବସେନା

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ବେଲୁଚିସ୍ତାନକୁ ନେଇ ଏନଡିଏ ସହଯୋଗୀ ଶିବସେନା ଦଳୀୟ ମୁଖପତ୍ର ‘ସାମନା’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛି। ଦଳୀୟ ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି, “ଭାରତ ଓ ମୋଦିଙ୍କୁ ସମର୍ଥନ କରିବା ଯୋଗୁଁ ବେଲୁଚି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସେମାନଙ୍କ ମୁକ୍ତ କରିବା ପାଇଁ ମୋଦି କ’ଣ ପାକିସ୍ତାନକୁ ସେନା ପଠାଇବେ।”

ଶିବସେନା ପକ୍ଷରୁ କୁହାଯାଇଛି, “ମୋଦିଙ୍କୁ ସମର୍ଥନ କରିବା ବେଲୁଚି ନେତାଙ୍କୁ ଭାରି ପଡ଼ିଲା। ତାଙ୍କ ବିରୋଧରେ ଦେଶଦ୍ରୋହୀ ମାମଲା ରୁଜୁ କରାଯାଇ ଜେଲ୍‌କୁ ପଠାଇ ଦିଆଯାଇଛି। ସେମାନଙ୍କ ମୁକ୍ତି ପାଇଁ ମୋଦି ପାକିସ୍ତନ ଅଧିକୃତ କାଶ୍ମୀରକୁ ସେନା ପଠାଇବେ ନାଁ ଏହି ନେତାଙ୍କ ମୁକ୍ତି ପାଇଁ ଦାବି କରିବେ।”

ଏହାସହ ‘ସାମନା’ରେ ଉଲ୍ଲେଖ କରାଯାଇଛି, “ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ମୋଦି ଦେଇଥିବା ଭାଷଣକୁ ବେଲୁଚ ନେତାମାନେ ସମର୍ଥନ କରିଥିଲେ। ମୋଦି ତାଙ୍କ ଭାଷଣରେ ପାକିସ୍ତାନକୁ ସମାଲୋଚନା କରିଥିଲେ। ମୋଦିଙ୍କ ଭାଷଣ ପରେ ଅତ୍ୟାଚାର ସହୁଥିବା ବେଲୁଚିସ୍ତାନବାସୀଙ୍କ ରାସ୍ତାକୁ ଓହ୍ଲାଇ ଥିଲେ। ଏପରିସ୍ଥିତିରେ ବେଲୁଚି ନେତାଙ୍କ ବିରୋଧରେ ଦେଶଦ୍ରୋହୀ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।”