ମୋଦି ଆଗରେ, ଟ୍ରମ୍ପ ପଛରେ: ୩ ବର୍ଷରେ ମୋଦିଙ୍କ ଫେସ୍‌ବୁକ୍‌ ପ୍ରଶଂସକ ୩ ଗୁଣା

ନୂଆଦିଲ୍ଲୀ:ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେସ୍‌ବୁକ୍‌ରେ ସବୁଠୁ ଲୋକପ୍ରିୟ ନେତାଭାବେ ଉଭା ହୋଇଛନ୍ତି। ଫେସ୍‌ବୁକ୍‌ ପେଜ୍‌ରେ ମୋଦିଙ୍କ ସର୍ବାଧିକ ଫଲୋୟର୍ସ ଥିବା ଚିତ୍ର ସାମ୍ନାକୁ ଆସିଛି। ଆଉ ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡ଼ିଯାଇଛନ୍ତି। ଫେସ୍‌ବୁକ୍‌ରେ ମୋଦିଙ୍କ  ଫଲୋୟର୍ସଙ୍କ ସଂଖ୍ୟା ୪୧.୭ ନିୟୁତରେ ପହଞ୍ଚିଲାଣି। ୨୦୧୪ ସାଧାରଣ ନିର୍ବାଚନ ଜିତିବା ବେଳକୁ (୨୦୧୪ ମେ’ ୧୬ ସୁଦ୍ଧା)  ମୋଦିଙ୍କ ଫଲୋୟର୍ସ୧୪ ନିୟୁତରେ ସୀମିତି ଥିଲା। ତେବେ ତିନି ବର୍ଷ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୩ଗୁଣାରେ ପହଞ୍ଚିଛି।