ମୋଦିଙ୍କୁ ଆକ୍ରମଣ କରିବାକୁ ଛୋଟ ପିଲାଙ୍କୁ ମାନବ ବୋମା ଭାବେ ପ୍ରସ୍ତୁତ କରିଛି ଆଇଏସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ)। ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବା ପାଇଁ ଆଇଏସ୍ ୧୨ରୁ ୧୫ ବର୍ଷର ପିଲାଙ୍କୁ ମାନବ ବୋମା ଭାବେ ବ୍ୟବହାର କରିପାରେ। ଦେଶର ଗୁଇନ୍ଦା ସଂସ୍ଥାଗୁଡ଼ିକ ତରଫରୁ ମିଳିଛି ଏହି ସୂଚନା। ଏହି ସତର୍କ ସୂଚନା ମିଳିବା ପରେ ଦିଲ୍ଲୀରେ ଏସପିଜି ସମେତ ସମସ୍ତ ସୁରକ୍ଷା ଏଜେନ୍ସୀଗୁଡ଼ିକୁ ସତର୍କ କରି ଦିଆଯାଇଛି।

ଗତ ଗଣତନ୍ତ୍ର ଦିବସରେ କାର୍ଯ୍ୟକ୍ରମ ସାରି ଲାଲକିଲ୍ଲାରୁ ଫେରିବା ବେଳେ ମୋଦି ସୁରକ୍ଷା କର୍ମୀଙ୍କୁ କୌଣସି ପୂର୍ବ ସୂଚନା ନ ଦେଇ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଗହଣକୁ ଚାଲି ଯାଇଥିଲେ। ଆଇଏସ୍ ଏଥିରୁ ଫାଇଦା ଉଠାଇବାକୁ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ଛୋଟ ପିଲାଙ୍କୁ ମାନବ ବୋମା ଭାବେ ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥିପାଇଁ କୌଣସି ପରିସ୍ଥିତିରେ ବି ସୁରକ୍ଷା ବଳୟ ଭିତରକୁ ନବାହାରିବାକୁ ତାଙ୍କୁ ଅନୁରୋଧ କରିଛନ୍ତି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ।