ସରିଫଙ୍କ ଆତିଥ୍ୟକୁ ମୋଦିଙ୍କ ପ୍ରଶଂସା  

ନୂଆଦିଲ୍ଲୀ: ଶୁକ୍ରବାର ପାକିସ୍ତାନ ଗସ୍ତ ବେଳେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଆତିଥ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି, ‘ଲାହୋର ବିମାନବନ୍ଦରରେ ନୱାଜ ସରିଫ ଯେଉଁଭଳି ଭାବେ ମୋତେ ସ୍ୱାଗତ କଲେ, ତାହା ମୋ ହୃଦୟକୁ ଛୁଇଁଛି। ସ୍ୱଳ୍ପରହଣି ସମୟରେ ସେ ବ୍ୟକ୍ତିଗତ ଭାବେ ମୋ କଥା ବୁଝୁ ଥିଲେ। ଏପରିକି ମୁଁ ଫେରିବା ବେଳେ ମଧ୍ୟ ବିମାନ ବନ୍ଦର ପର୍ଯ୍ୟନ୍ତ ଆସିଥିଲେ।’

ମୋଦି କହିଛନ୍ତି, ସରିଫ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭାରି ଭଲ ପାଆନ୍ତି। ସେ ବାଜପେୟୀଙ୍କ ସହିତ ତାଙ୍କର ସାକ୍ଷାତ ସମୟଗୁଡ଼ିକୁ ସେ ମନେ ପକାଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ତା’ସହିତ ବାଜପେୟୀଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇ ଦେବାକୁ କହିଥିଲେ।

ଆଫଗାନିସ୍ତାନରୁ ଭାରତକୁ ଫେରୁଥିବା ବେଳେ ମୋଦି ପାକିସ୍ତାନରେ କିଛି ସମୟ ରହିଥିଲେ। ଏହି କାର୍ଯ୍ୟକ୍ରମ ଅଚାନକ ଥିଲା।