ରାଜୀବ ଗାନ୍ଧିଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୭୪ ତମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପ୍ରତି ତାଙ୍କ ଅବଦାନକୁ ମନେ ପକାଇଛନ୍ତି। ରାଜୀବ ଗାନ୍ଧି ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୧ ମସିହା ମେ’ ୨୧ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା।

ମୋଦି ଟ୍ୱିଟ୍‌ କରି ଲେଖିଛନ୍ତି,“ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧିଙ୍କର ଦେଶ ପ୍ରତି ରହିଥିବା ଯୋଗଦାନକୁ ଆଜି ଆମେ ତାଙ୍କ ଜୟନ୍ତୀରେ ମନେ ପକାଉଛୁ।”

୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରାଜୀବ ଗାନ୍ଧିଙ୍କୁ ଆଜି ସାରା ଦେଶ ଓ ବିଶ୍ୱର ଲୋକେ ମନେ ପକାଉଛନ୍ତି। କଂଗ୍ରସେ ଅଧ୍ୟକ୍ଷା ତଥା ତାଙ୍କ ପତ୍ନୀ ସୋନିଆ ଗାନ୍ଧି, ଉପାଧ୍ୟକ୍ଷ ତଥା ପୁଅ ରାହୁଲ ଗାନ୍ଧି, ଝିଅ ପ୍ରିୟଙ୍କା ଗାନ୍ଧି, ଜ୍ୱାଇଁ ରବର୍ଟ ଭଦ୍ରା ଓ ନାତୁଣୀ ମିରାୟା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ରାଜନୀତିଠାରୁ ଦୂରରେ ରହୁଥିବା ରାଜୀବ ମାଆ ଇନ୍ଦିର ଗାନ୍ଧିଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ।  ୧୯୮୪ ଓ ୧୮୮୯ ଯାଏଁ ସେ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ।