ମୋଦିଙ୍କ ବ୍ରାଣ୍ଡ୍ ସଉକ: ପଢ଼ନ୍ତୁ କେଉଁ କମ୍ପାନୀର ଘଣ୍ଟା, ଚଷମା, କଲମ ଓ ଡ୍ରେସ୍ ବ୍ୟବହାର କରନ୍ତି ଆମ ପ୍ରଧାନମନ୍ତ୍ରୀ

ନିଜର ଷ୍ଟାଇଲିସ୍ ଅନ୍ଦାଜ୍ ପାଇଁ ସାରା ବିଶ୍ୱରେ ଜଣାଶୁଣା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୋଷାକଠାରୁ ଆରମ୍ଭ କରି ଅନ୍ୟ ପରିଧାନକୁ ନେଇ ସେ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ। ପୂର୍ବରୁ ସାଧାରଣତନ୍ତ୍ର ଦିବସ ପରେଡରେ ମଧ୍ୟ ସୁନା ପାତରେ ନିଜ ନାମ ଲେଖାଥିବା ସୁଟ୍ ପିନ୍ଧି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଲୋକଙ୍କ ଭିତରେ ଭାରି କ୍ରେଜ୍, ମୋଦି କେଉଁ ବ୍ରାଣ୍ଡର ଜିନିଷ ପିନ୍ଧନ୍ତି ତାହା ଜାଣିବା ପାଇଁ। ଆସନ୍ତୁ ଜାଣିବା କେଉଁ କେଉଁ ବ୍ରାଣ୍ଡର ପୋଷାକପତ୍ର ପିନ୍ଧନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

modi penକାହିଁକି ଓଲଟା ହାତଘଣ୍ଟା ପିନ୍ଧନ୍ତି ମୋଦି : ମୋଦିଙ୍କ ହାତରେ ମୋଭାଡୋ କମ୍ପାନୀର ଘଣ୍ଟା ଶୋଭା ପାଇଥାଏ। ସ୍ୱିଜରଲ୍ୟାଣ୍ଡରେ ବେଶ୍ ଲୋକପ୍ରିୟ ଏହି ବ୍ରାଣ୍ଡର ଘଣ୍ଟା। ମୋଭାଡୋ କମ୍ପାନୀ ଘଣ୍ଟାର ସର୍ବନିମ୍ନ ମୂଲ୍ୟ ୩୯ ହଜାର ଟଙ୍କ। ହୋଇଥିବା ବେଳେ ଏହାର ସର୍ବାଧିକ ମୂଲ୍ୟ ୯୦ ହଜାର ଟଙ୍କ।। ଏଥିସହିତ ଘଣ୍ଟାକୁ ନେଇ ମଧ୍ୟ ଏକ ଅନ୍ଧବିଶ୍ୱାସ ରହିଛି ମୋଦିଙ୍କ ମନରେ। ସର୍ବଦା ସେ ହାତରେ ଓଲଟା ଘଣ୍ଟା ପିନ୍ଧିଥାନ୍ତି ଯାହା ତାଙ୍କ ପାଇଁ ବେଶ୍ ଶୁଭ ବୋଲି ମନେ କରିଥାନ୍ତି ।

କଲମର ଦାମ୍ ଲକ୍ଷେରୁ ଅଧିକ: ମୋଦି ବ୍ୟବହାର କରୁଥିବା କଲମ ବା ପେନ୍ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଜର୍ମାନୀର ଲୋକପ୍ରିୟ ବ୍ରାଣ୍ଡ ‘ମଣ୍ଟ୍ ବ୍ଲାଙ୍କ’ କମ୍ପାନୀର ପେନ୍ ବ୍ୟବହାର କରନ୍ତି। ଯାହାର ମୂଲ୍ୟ ବି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି। ମୋଦି ବ୍ୟବହାର କରୁଥିବା ଏହି ବ୍ରାଣ୍ଡ କଲମର ଦାମ୍ କେତେ ଜାଣନ୍ତି-  ୧ ଲକ୍ଷ ୩୦ ହଜାର ଟଙ୍କ।। ଚକିତ ହୋଇଯାଉଛନ୍ତି ନା ? ଏହାବି ଜାଣି ରଖନ୍ତୁ, ଏହି ବ୍ରାଣ୍ଡ କଲମ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ପ୍ରସିଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଭଳି ବ୍ୟକ୍ତିତ୍ୱ ହିଁ ବ୍ୟବହାର କରନ୍ତି।

ଇଟାଲୀ ବ୍ରାଣ୍ଡ ଚଷମା: ମୋଦି ଅବଶ୍ୟ ଚଷମା ସଉକିଆ ନୁହଁନ୍ତି, କିନ୍ତୁ ଯେଉଁ ଗୋଟିଏ ବି ବେଳେବେଳେ ପିନ୍ଧନ୍ତି, ତାହା ଝକାସ୍ ମାର୍କା। ତାଙ୍କ ପ୍ରଥମ ପସନ୍ଦ ଚଷମା ବ୍ରାଣ୍ଡ ହେଲା, ଇଟାଲୀର ଲୋକପ୍ରିୟ ବୁଲଗରୀ ବ୍ରାଣ୍ଡ। ଏହି ବ୍ରାଣ୍ଡ ଚଷମାର ମୂଲ୍ୟ ପାଖପାଖି ୩୦ ହଜାରରୁ ୪୦ ହଜାର ଟଙ୍କ।।

Modi wearing a suit with his name woven into it in gold pinstripesଆଇ-ଫେ।ନ୍ ସଉକିଆ ମୋଦି: ଆମର ଧାରଣା, କାମ ବ୍ୟସ୍ତତା ଭିତରେ ମୋଦି ସତରେ କଣ ସେଲ୍ ଫେ।ନ୍ ବ୍ୟବହାର କରନ୍ତି ? ହଁ, ସେ ଭାରି ସୋସିଆଲ୍ ମିଡିଆ ପ୍ରିୟ। ଆଉ ସର୍ବଦା ସୋସିଆଲ ମିଡିଆରେ ଛାଇ ରହୁଥିବା ମୋଦି ଆଇଫେ।ନ୍ ବ୍ୟବହାର କରନ୍ତି। ଆଇଫେ।ନ୍ ସିରିଜର ପ୍ରାୟ ପ୍ରତ୍ୟେକ ମୋବାଇଲ୍ ସେ ବ୍ୟବହାର କରିଛନ୍ତି।

୨୮ ବର୍ଷ ଧରି ଗୋଟିଏ କମ୍ପାନୀରେ ପୋଷାକ ସିଲେଇ: ମୋଦି ନିଜ ପୋଷାକ ପାଇଁ ବେଶ୍ ଚର୍ଚ୍ଚିତ। ବିଭିନ୍ନ ସମୟରେ ଅଲଗା ଅଲଗା କୁର୍ତ୍ତାରେ ସେ ବେଶ୍ ଆକର୍ଷଣୀୟ ଲାଗନ୍ତି। ତେବେ ଅଧିକାଂଶ ଜାଣିନଥିବେ, ତାଙ୍କର ସବୁ ଡ୍ରେସ୍ ଗୋଟିଏ ଜାଗାରେ ହିଁ ପ୍ରସ୍ତୁତ ହୋଇଥାଏ। ମିଳିଥିବା ସୂଚନା ଅନୁଯାୟୀ, ୧୯୮୯ ମସିହାରୁ ନରେନ୍ଦ୍ର ମୋଦିଙ୍କର ସମସ୍ତ ପୋଷାକ ଗୁଜୁରାଟର ଅହମ୍ମଦାବାଦସ୍ଥିତ ଜେଡ୍-ବ୍ଲୁ କମ୍ପାନୀରେ ସିଲାଇ ହେଇଥାଏ। କପଡାର ରଙ୍ଗ, ଡିଜାଇନ୍ ମୋଦି ନିଜେ ହିଁ ବାଛିଥାନ୍ତି।