ମୋଦିଙ୍କ ଚେତାବନୀ: ଗୋରକ୍ଷା ନାଁରେ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ:ଗୋରକ୍ଷକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁଣିଥରେ ଚେତାବନୀ । ଗୋରକ୍ଷା ନାଁରେ କୌଣସି ପ୍ରକାର ହିଂସା ଓ ରାଜନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ସର୍ବଦଳୀୟ ବୈଠକରେ ସ୍ପଷ୍ଟ ସ୍ୱରରେ ଏହା କହିଛନ୍ତି ମୋଦି । ସେ କହିଛନ୍ତି, ଗୋରକ୍ଷା ନାଁରେ ହିଂସା ଘଟାଇବା ଆଦୌ ଠିକ୍ ନୁହେଁ । ଆଇନକୁ ନିଜ ହାତକୁ ନେବା ଅଧିକାର କାହାର ନାହିଁ । ତେଣୁ ଗୋରକ୍ଷା ନାଁରେ ଯେଉଁମାନେ ଏଭଳି ହିଂସାକାଣ୍ଡ ଘଟାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ବୈଠକରେ ତୃଣମୂଳ କଂଗ୍ରେସକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିରୋଧୀ ଦଳ ଉପସ୍ଥିତ ଥିଲେ ।