ମୋଦିଙ୍କ କେରଳ ଗସ୍ତକୁ ନେଇ ବିବାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ କେରଳ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ଏହା ମୋଦିଙ୍କର ପ୍ରଥମ କେରଳ ଗସ୍ତ।  ତେବେ ମୋଦିଙ୍କ ଏହି ଗସ୍ତକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ତାଙ୍କର ଏକ କାର୍ଯ୍ୟକ୍ରମରେ କେରଳ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡେଙ୍କୁ ଦୂରେଇ ରହିବାକୁ କୁହାଯିବାକୁ ନେଇ ବିବାଦ ଦେଖାଦେଇଛି।

କେରଳରେ ଶ୍ରୀ ନାରାୟଣ ଧର୍ମ ୟଗମ ତରଫରୁ ଏକ କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ତେବେ ଏହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ଚାଣ୍ଡେଙ୍କୁ ସଂସ୍ଥାର ମହାସଚିବ ପତ୍ର ଲେଖି ଜଣାଇଛନ୍ତି। ତେବେ କେଉଁ କାରଣ ପାଇଁ ତାଙ୍କୁ କାର୍ଯ୍ୟକ୍ରମଠାରୁ ଦୂରେଇ ରହିବାକୁ କୁହାଯାଇଛି ସେ ନେଇ କିଛି ଉଲ୍ଲେଖ କରାଯାଇନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀ ଚାଣ୍ଡେ ନିଜେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଜଣାଇଛନ୍ତି।

ଏପରି ଘଟଣାକୁ କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିନ୍ଧବି ନିନ୍ଦା କରିଛନ୍ତି।  ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ଆଜି କଂଗ୍ରେସ ସଂସଦରେ ଉଠାଇବାର ସମ୍ଭାବନା ରହିଛି।