ସ୍ୱାଧୀନତା ଦିବସରେ ମୋଦିଙ୍କ ଜୀବନ ପ୍ରତି ବିପଦ ଅଛି : ଭାରତୀୟ ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ ଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସତର୍କ କରିଛନ୍ତି। ଆତଙ୍କବାଦୀମାନେ ସ୍ୱାଧୀନତା ଦିବସରେ ଏକ ବଡ଼ ଧରଣର ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି।

ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ମୋଦି ବସିଥିବା ମଞ୍ଚକୁ ବୁଲେଟ୍‌ ପ୍ରୁଫ୍‌ କାଚରେ ଢାଙ୍କିବାକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଏକ ଗଣମାଧ୍ୟମର ଖବର ଅନୁସାରେ ଗୁଇନ୍ଦା ବିଭାଗ ପକ୍ଷରୁ ଆଶା କରାଯାଉଛି ମୋଦି ଏହାକୁ ଅଣଦେଖା କରିବେ ନାହିଁ। ଗତବର୍ଷ ମୋଦି ଶେଷ ମୂର୍ହୁତ୍ତରେ ବୁଲେଟ୍‌ ପ୍ରୁଫ୍‌ ମଞ୍ଚରୁ ଭାଷଣ ଦେବାକୁ ମନା କରିଥିଲେ।