ମୋଦିଙ୍କୁ ପୁଣି ଟାର୍ଗେଟ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, “ଗାନ୍ଧି ପରିବାର ପାଖରେ ମୋଦିଙ୍କର କିଛି ରାଜ ଅଛି। ଯାହାଫଳରେ ମୋଦି ଗାନ୍ଧି ପରିବାର ବିରୋଧରେ କୌଣସି ପଦକ୍ଷେପ ନେଉନାହାନ୍ତି।”

ଏହାପୂର୍ବରୁ ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲାରେ କଂଗ୍ରେସ-ବିଜେପି ମଧ୍ୟରେ ସନ୍ଧି ହୋଇଛି ବୋଲି ସେ  କହିଥିଲେ।

ଶୁକ୍ରବାର କେଜ୍ରିୱାଲ ମୋଦିଙ୍କୁ ଟାର୍ଗେଟ କରି କହିଥିଲେ,“ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲାରେ ଠିକରେ ତଦନ୍ତ କରାଯାଉନାହିଁ।କେନ୍ଦ୍ରର ଦୁର୍ନୀତି ନିର୍ବାରଣ ଶାଖାକୁ ଦିଲ୍ଲୀ ସରକାରଙ୍କୁ ହସ୍ତାନ୍ତର କରାଯାଉ। ଦିଲ୍ଲୀ ସରକାର ଦେଖାଇଦେବ ଏହି ଘଟଣାର କିପରି ତଦନ୍ତ  କରାଯାଏ।”

ଗତକାଲି ମଧ୍ୟ କ୍ରେଜିୱାଲ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିକୁ ଗିରଫ କରିବା ପାଇଁ  ଦାବି କରିଥିଲେ।