ଯେଉଁଠି ପରିବା ଭଳି ବିକ୍ରି ହୁଏ ବିଡ଼ା ବିଡ଼ା ଟଙ୍କା

ଆପଣ ଫଳ, ପନି ପରିବା, ଲୁଗାପଟା, ଅନ୍ୟ ଅସବାବପତ୍ର ଗୁଡିକୁ ମାର୍କେଟରେ ବିକ୍ରି ହେଉଥିବା ଦେଖିଥିବେ। କିନ୍ତୁ କେବେ ବଜାରରେ ଟଙ୍କା ବିକ୍ରି ହେବା ଦେଖିଛନ୍ତି କି? କଥାଟି ଶୁଣି ଆଶ୍ଟର୍ଯ୍ୟ ଲାଗୁଥିବ। ଆଫ୍ରିକାର ସୋମାଲିଲେଣ୍ଡରେ ବସେ ଟଙ୍କା ବଜାର। ଏଠାରେ ପରିବା ଦୋକାନୀ ପରି ଟଙ୍କା ଦୋକାନୀ ମଧ୍ୟ ବସିଥାଆନ୍ତି। ସେ ପୁଣି ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ।

ଆସନ୍ତୁ ଜାଣିବା ଏଠାରେ ଏପରି ମାର୍କେଟ କାହିଁକି ବସେ। ୧୯୯୧ ମସିହାରେ ଗୃହ ଯୁଦ୍ଧ ପରେ ସୋମାଲିଆଠୁ ଅଲଗା ହୋଇ ସୋମାଲିଲ୍ୟାଣ୍ଡ ଏକ ନୂଆ ଦେଶ ଭାବେ ଗଠିତ ହୋଇଥିଲା। ବର୍ତ୍ତମାନ ଯାଏଁ ଏହାକୁ ଆନ୍ତର୍ଜାତିକ ମାନ୍ୟତା ମିଳି ନାହିଁ। ‘ଶିଲିଂ’ ହେଉଛି ଏଠାକାର ମୁଦ୍ରା। ଅନ୍ୟ ଦେଶଗୁଡିକରେ ଶିଲିଂର  କୌଣସି ମହତ୍ୱ ନାହିଁ। ତେଣୁ ଏଠାରେ କେବଳ ୫୦୦ ଓ ୧୦୦୦ଟଙ୍କିଆ ନୋଟ ପ୍ରଚଳିତ।

ଗୋଟିଏ ଆମେରିକୀୟ ଡଲାର ପାଇଁ ୯୦୦୦ ଶିଲିଂ ଦେବାକୁ ପଡ଼ିଥାଏ। ତେଣୁ ଏଠାରେ ଆପଣ ଶିଲିଂ କିଣିପାରିବେ। ମାତ୍ର ୧୦ ଡଲାର ଦେଇ ଆପଣ ୫୦ କିଲୋରୁ ଅଧିକ ଶିଲିଂ ନୋଟ୍ କିଣିପାରିବେ। ଏହି ଦେଶରେ ଗୋଟିଏ ବି ଆନ୍ତର୍ଜାତିକ ମାନ୍ୟତା ପାଇଥିବା ବ୍ୟାଙ୍କ ନାହିଁ କି କୌଣସି ବ୍ୟାଙ୍କିଂ ସିଷ୍ଟମ୍ କିମ୍ବା ଏଟିଏମ୍ ନାହିଁ। ‘ଜାଦ୍’ ‘ଓ ଇ-ଦୋହାବ’ ନାମକ ଦୁଇଟି ଘରୋଇ କମ୍ପାନୀ ଏଠାରେ ମୋବାଇଲ ବ୍ୟାଙ୍କି ଇକୋନୋମି ଆରମ୍ଭ କରିଛନ୍ତି।ଏଠାରେ ଟଙ୍କା କମ୍ପାନୀ ଜରିଆରେ ଜମା ହୋଇଥାଏ ଓ ମୋବାଇଲ ବ୍ୟାଙ୍କିଂରେ ହୋଇଥାଏ। ଏହି ଫୋନରେ ପର୍ସନାଲାଇଜ ନମ୍ବର ଦ୍ୱାରା ଜିଣିଷପତ୍ର କିଣା ବିକା ହୋଇଥାଏ। ଟଙ୍କା ଅଦଳବଦଳ ପାଇଁ ଏଠାରେ ନୋଟ୍‌ ବଜାର ବସିଥାଏ। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କଠାରୁ ଡଲାର ଓ ୟୁରୋ ସହ ନିଜ ଟଙ୍କା ଅଦଳ ବଦଳ କରି ଏଠିକା ବାସିନ୍ଦା ଚଳିଥାନ୍ତି।