ନିଜେ ପଢିଥିବା ବିଶ୍ୱବିଦ୍ୟାଳୟକୁ ୩,୫୦୦ ବହି ଦାନ କଲେ ମନମୋହନ ସିଂହ

ଚଣ୍ଡିଗଡ:ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଜଣେ ରାଜନୈତିଜ୍ଞ ନୁହଁନ୍ତି, ଜଣେ ପ୍ରସିଦ୍ଧ ଚିନ୍ତକ ଓ ବିଦ୍ୱାନ ବ୍ୟକ୍ତି ମଧ୍ୟ। ତାଙ୍କର କଠିନ ଅଧ୍ୟବ୍ୟସାୟ ଏବଂ ପ୍ରତ୍ୟକ କାର୍ଯ୍ୟପ୍ରତି ଶୈକ୍ଷିକ ଦୃଷ୍ଟିକୋଣରୁ ଏହା ବାରି ହୋଇଥାଏ। ଏଥି ପାଇଁ ସେ ଖୁବ୍‌ ପ୍ରଶଂସା ମଧ୍ୟ ପାଆନ୍ତି। ପୁଣିଥରେ ଶିକ୍ଷା କ୍ଷେତ୍ରରେ ଥିବା ତାଙ୍କର ଆଗ୍ରହ ଦେଖିବାକୁ ମିଳିଛି। ତାଙ୍କ ନିଜ ଲାଇବ୍ରେରୀରୁ ସେ କିଛି ବହି ଦାନ କରିଛନ୍ତି। ପଞ୍ଜାବ ୟୁନିଭର୍ସିଟିକୁ ସେ ୩,୫୦୦ ବହି ଦାନ କରିଛନ୍ତି । ବୁଧବାର ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନମୋହନ ସିଂହ ୧୯୫୦ ମସିହାରେ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ। ଏହାପରେ ସେହିଠାରେ ଅର୍ଥଶାସ୍ତ୍ର ବିଭାଗରେ ଅଧ୍ୟାପନା କଲେ। ମାତ୍ର ୩୨ ବର୍ଷ ବୟସରେ ଫ୍ରଫେସର ପଦକୁ ଉନ୍ନୀତ ହୋଇ ସେଠାରେ ୧୯୬୦ ମସିହା ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ।

ଖୁବଶୀଘ୍ର ବହିଗୁଡ଼ିକ ଦିଲ୍ଲୀରୁ ବିଶ୍ୱବିଦ୍ୟାଳୟକୁ ଅଣାଯିବାର ବ୍ୟବସ୍ଥା କରାଯିବ। ଖାଲି ବହି ନୁହେଁ ମନମୋହନଙ୍କ କିଛି ଫଟୋ ଓ ପେଣ୍ଟିଂ ମଧ୍ୟ ଦିଲ୍ଲୀରୁ ଅଣାଯିବ। ଏହି ସବୁ ଜିନିଷକୁ ବିଶ୍ୱବିଦ୍ୟାଳୟର ତେଜ ବାହାଦୁର ଭବନରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ।