ଏଥର ଆଗୁଆ: କେରଳକୁ ମେ’୩୦ରେ ମୌସୁମୀ

ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଭାଗର ଘୋଷଣା । ଆସନ୍ତା ମେ’ ୩୦ ତାରିଖରେ କେରଳରେ ମୌସୁମୀ ବାୟୁ ଛୁଇଁପାରେ। ଏଥର ୨ ଆଗରୁ ମୌସୁମୀ ବାୟୁ  ପହଞ୍ଚିପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଏହା ପୂର୍ବରୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।  ଏଲ୍‌ନିନୋ ପ୍ରଭାବରେ ଚଳିତ ବର୍ଷ ମୌସୁମୀ ବାୟୁର  ଗତିପଥ ପରିବର୍ତ୍ତନ ହୋଇଥିବା ପାଣିପାଗ ବିଭାଗ ଆକଳନ କରିଛି। ତେବେ ମୌସୁମୀ ବାୟୁ କେରଳ ପହଞ୍ଚିବା ପରେ ଓଡ଼ିଶାରେ କେବେ ଛୁଇଁବ ତାହା ଜଣାପଡ଼ିବ।