ଆଣ୍ଡାମାନ ଦ୍ୱୀପ ଛୁଇଁଲା ମୌସୁମୀ ବାୟୁ; ଓଡ଼ିଶାକୁ କେବେ?

ଭୁବନେଶ୍ୱର: ଆଣ୍ଡାମାନ ଦ୍ୱୀପ ଛୁଇଁଲା ମୌସୁମୀ ବାୟୁ। ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ମୌସୁମୀ ଆଣ୍ଡାମାନ ଦ୍ୱୀପରେ ପହଞ୍ଚିଛି। ତେବେ ଓଡ଼ିଶାରେ ମୌସୁମୀ ବାୟୁ କେବେ ପହଞ୍ଚିବ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି। କେରଳ ଛୁଇଁବା ପରେ ହିଁ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବା ନେଇ ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।