କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ଆଜି କେରଳ ସହ  ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଛି । ଏନେଇ  ଆଇଏମଡି ପକ୍ଷରୁ ସୂଚନା ମିଳିଛି। ମୌସୁମୀ ବାୟୁ  ପ୍ରଭାବରେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ଜୁନ୍ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦିଲ୍ଲୀ ଏବଂ ହରିୟାଣାକୁ ଛୁଇଁବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ସାଧାରଣତଃ ଜୁନ୍ ୧ ତାରିଖରେ କେରଳକୁ ମୌସୁମୀ ଛୁଇଁଥାଏ। ଚଳିତ ବର୍ଷ ମୌସୁମୀ ଧା।ର୍ଯ୍ୟ ସମୟ ଠାରୁ ଆଗୁଆ ଆସିଛି।