ସୁନାମୀ ନେଲା ୪୩ ଜୀବନ, ୬୦୦ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ସୁନାମୀରେ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬୦୦ ଜଣ ଆହତ ହୋଇଛନ୍ତି।

ଶନିବାର ରାତି ପ୍ରାୟ ସାଢ଼େ ନଅଟା (ସ୍ଥାନୀୟ ସମୟ) ବେଳେ ଦକ୍ଷିଣ ସୁମାତ୍ରା ଓ ଜାଭା ଦ୍ୱୀପର ପଶ୍ଚିମ ଭାଗରେ ସୁନାମୀ ଆସିଥିଲା। ସୁନାମୀ ଯୋଗୁ ସମୁଦ୍ରରେ ଉଚ୍ଚ ଲହରୀ ଆସିଥିଲା ଓ ଏହାର ମାଡ଼ରେ ଅନେକ ଘର ଭାଙ୍ଗି ଯାଇଥିଲା। ସୁନାମୀ ସମୟରେ ସମୁଦ୍ରରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଉଚ୍ଚ ଲହରୀ ଦେଖିବାକୁ ମିଳିଥିଲା।

କେବଳ ସୁନ୍ଦା ଷ୍ଟ୍ରେଟ୍‌ରେ ୪୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫୮୪ ଜଣ ଆହତ ହୋଇଛନ୍ତି। ଦୁଇ ଜଣ ଲୋକ ନିଖୋଜ ଅଛନ୍ତି।

ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ସୁଲାୱେସୀ ଦ୍ୱୀପରେ ଆସିଥିବା ସୁନାମୀ ଯୋଗୁ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।