କହିପାରିବେ କି ଏ ଦୁହେଁ ସଂପର୍କରେ କ’ଣ ହୋଇଥିବେ?

ନୂଆଦିଲ୍ଲୀ: ଉପର ଫଟୋରେ ଆପଣମାନେ ଯେଉଁ ଦୁଇ ଜଣଙ୍କୁ ଦେଖୁଛନ୍ତି ସେମାନେ ଉତ୍ତର ପଶ୍ଚିମ ଇଂଲଣ୍ଡରେ ରହନ୍ତି। ଏହି ଦୁଇ ଜଣଙ୍କ ଫଟୋ ଏବେ ଜୋରରେ ଭାଇରାଲ୍ ହେଉଛି। ଏହି ଫଟୋକୁ ଦେଖି ଆପଣମାନେ ନିଶ୍ଚିତ ଭାବୁଥିବେ ଯେ ସେମାନେ ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ହୋଇଥିବେ। ଯଦି ଆପଣ ଏମିତି ଭାବୁଛନ୍ତି ତା’ହେଲେ ପୂରା ଭୁଲ୍ ଭାବୁଛନ୍ତି। ଆପଣମାନଙ୍କ ମଧ୍ୟରୁ ହୁଏତ କେହି କେହି ଭାବୁଥିବେ ଯେ ସେମାନେ ଭାଇଭଉଣୀ ହୋଇଥିବେ। ଏହା ବି ଭୁଲ୍‌। ଏ ଦୁହିଁଙ୍କ ସଂପର୍କ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଆପଣ ସତ ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ। ଏବେ ଆପଣ କିଛି ଅନ୍ଦାଜ ଲଗାଇବେଣି। ହଁ, ଯଦି ଆପଣ ଭାବୁଥାଆନ୍ତି ଯେ ଏ ଦୁହେଁ ମାଆ-ପୁଅ, ତା’ହେଲେ ଆପଣ ପୂରା ଠିକ୍ ଭାବୁଛନ୍ତି। ବିଶ୍ୱାସ ହେଉନଥିବ? କିନ୍ତୁ ଏହା ପୂରା ସତ। ୪୧ ବର୍ଷୀୟ ଶିମି ମନ୍‌ଶୀ ଏତେ ୟଙ୍ଗ ଦେଖାଯାଆନ୍ତି ଯେ ସବୁବେଳେ ଲୋକେ ତାଙ୍କୁ ତାଙ୍କ ପୁଅର ଗର୍ଲଫ୍ରେଣ୍ଡ ବୋଲି ଭାବନ୍ତି। ତାଙ୍କ ପୁଅକୁ ଏବେ ୨୦ ବର୍ଷ ହୋଇଛି।

ଏକ ବ୍ଲଗ୍‌ରେ ଏହି ଫଟୋ ପୋଷ୍ଟ୍ ହେବା ପରେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଯାଇଥିଲା। କିଏ ଏମାନଙ୍କୁ ସାଙ୍ଗ, କିଏ ପାର୍ଟନର ଓ ଆଉ କିଏ ଭାଇ-ଭଉଣୀ ବୋଲି କହିଥିଲେ। କିନ୍ତୁ ସତ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ଶିମିଙ୍କ ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ୍‌କୁ ସମସ୍ତେ ବହୁତ ପ୍ରଶଂସା କରୁଛନ୍ତି।

କ’ଣ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ?

ଶିମିଙ୍କ କହିବା ଅନୁଯାୟୀ ୨୦ ବର୍ଷ ପରଠାରୁ ହିଁ ତାଙ୍କ ବୟସ ବଢ଼ିବା ବନ୍ଦ ହୋଇଯାଇଛି। ୨୧ ବର୍ଷରେ ସେ ମାଆ ହୋଇଥିଲେ। ସେ ସବୁ ଦିନେ ଜିମ୍ ଯାଆନ୍ତି। ସିଗାରେଟ୍ ଟାଣନ୍ତି ନାହିଁ କି ମଦ ପିଅନ୍ତି ନାହିଁ।

ଦେଖନ୍ତୁ ମା’ପୁଅଙ୍କ ଆଉ କିଛି ଫଟୋ

13