ପୁଅର ପର୍ଣ୍ଣ ସାଇଟ୍‌ର ପ୍ରମୋସନ୍‌ ପାଇଁ ପିଚ୍‌ ଆଡ଼କୁ ମାଡ଼ିଆସିଲେ ଅର୍ଦ୍ଧନଗ୍ନ ମହିଳା

ନୂଆଦିଲ୍ଲୀ: ଆଜି ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପ୍‌ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯାଉଥିବା ସମୟରେ ଅଚାନକ ପିଚ୍‌ ଆଡ଼କୁ ମାଡ଼ିଆସି ଖେଳରେ ବାଧା ସୃଷ୍ଟି କରିଛନ୍ତି ଜଣେ ଅର୍ଦ୍ଧନଗ୍ନ ମହିଳା। ସ୍ନାୟୁ ଉତ୍ତେଜକ ସ୍ୱିମ୍‌ସୁଟ୍‌ ପରିହିତା ଏହି ମହିଳାଙ୍କୁ ତୁରନ୍ତ ସୁରକ୍ଷାକର୍ମୀ କାବୁ କରି ପଡ଼ିଆ ବାହାରକୁ ନେଇଯାଇ ଥିଲେ।

ସେ ପିନ୍ଧିଥିବା ସ୍ୱିମ୍‌ସୁଟ୍‌ରୁ ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ମହିଳା ଏକ ପର୍ଣ୍ଣ ୱେବସାଇଟ୍‌ ସହିତ ଜଡ଼ିତ ଯାହାକି ୟୁଇଏଫ‍ଏ ଚାମ୍ପିଅନ୍ସ ଲିଗ୍‌ ଫାଇନାଲ ସମୟରେ ଚର୍ଚ୍ଚାକୁ ଆସିଥିଲା। ଆଜି ଭଳି ଘଟଣା ଲିଭରପୁଲ ଏବଂ ଟୋଟେନାମ୍‌ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ମଧ୍ୟ ଘଟିଥିଲା। ଗତ ମାସ ଚାମ୍ପିଅନ୍ସ ଲିଗ୍‌ ଫାଇନାଲରେ ୟୁଟ୍ୟୁବ୍‌ ପ୍ରାଙ୍କଷ୍ଟର ଭିଟାଲି ଡୋରଭେସ୍କିଙ୍କ ପ୍ରେମିକା କିନ୍‌ସେ ଓଲାନ୍ସିକି ଏଭଳି କାଣ୍ଡ ଘଟାଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ଆଉ ଏଥର ଭିଟାଲି ଡୋରଭେସ୍କିଙ୍କ ମା’ ଏଲେନା ଭୁଲିସ୍କି ଏପରି କାଣ୍ଡ କରିଛନ୍ତି।


ଉଭୟ ଥର ସ୍ୱିମ୍‌ସୁଟ୍‌ରେ ସେହି ଗୋଟିଏ କଥା ‘ଭିଟାଲି ଅନ୍‌ସେନ୍ସର୍‌ଡ’ ଲେଖାଯାଇଛି। ଭିଟାଲି ଟ୍ୱିଟରରେ ଏହି ଘଟଣା ବାବଦରେ କହିଛନ୍ତି, ମୋ ମା ପାଗଳ ହୋଇଯାଇଛନ୍ତି।