ପାଣି ନ ଦେବାରୁ ନିଆଁରେ ପ୍ରତିଶୋଧ: ନିଜ ପିଲାକୁ ଜାଳିଦେଲା ମା’  

ମୁଜାଫରପୁର: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ନିଜ ସନ୍ତାନ ପାଇଁ ଜଣେ ମା’ ବି ଡାହାଣି ପାଲଟି ଯାଇପାରେ ତା’ର ଏକ ଦୃଷ୍ଟାନ୍ତ  ବିହାରର ମୁଜାଫରନଗରରେ ଦେଖିବାକୁ ମିଳିଛି। ପାଣି ନ ଦେବାରୁ  ଜଣେ ମା’ କ୍ରୋଧର ବଶବର୍ତ୍ତୀ ହୋଇ ତା’ର ନିଜ ପିଲାକୁ ପୋଡ଼ି ହତ୍ୟା କରିଛି। ମୁଜାଫରନଗରର ୨୮ ବର୍ଷର ମହିଳା ପୂଜାଦେବୀ ତା’ର ପୁଅ ନନ୍ଦନଙ୍କୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାଟନାଠାରୁ ୧୦୫ କିମି ଦୂର ବାଗୱାରା ଗାଁରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।

ଘର ଭିତରୁ ଧୂଆଁ ବାହାରିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା । ପରେ ଘଟଣା ପଦାକୁ ଆସିଥିଲା। ମହିଳାଙ୍କର ୩ଟି ସନ୍ତାନ ଥିବା ବେଳେ  ସ୍ୱାମୀ  ଗୁଜରାଟର ସୁରଟରେ ରହି କାମଦାମ କରନ୍ତି।  ପୋଲିସ କହିବା ଅନୁଯାୟୀ ପୂର୍ବରୁ ନିଜ ବଡ଼ପୁଅକୁ ମାରିବା ପାଇଁ ମହିଳା ଜଣକ ସମାନ ଉଦ୍ୟମ କରିଥିଲେ। ଶାଶୂ ଘର ଲୋକଙ୍କ ଅଭିଯୋଗକ୍ରମେ ସମ୍ପୃକ୍ତ ମହିଳାଙ୍କୁ  ପୋଲିସ ଗିରଫ କରିଛି।

Courtesy-hindustantimes