ଆସିଲା ୬ ଜିବି ରାମ୍‌ ବିଶିଷ୍ଟ Moto X4 :  ICICI ବ୍ୟାଙ୍କ କ୍ରେଡିଟ୍‌ କାର୍ଡ଼ରେ ରହିଛି ଆକର୍ଷଣୀ ଅଫର

ନୂଆଦିଲ୍ଲୀ: ୬ ଜିବି ରାମ୍‌ ବିଶିଷ୍ଟ Moto X4 ମୋବାଲଇର ବିକ୍ରି ଆରମ୍ଭ ହୋଇଛି।  ଏହି ମୋବାଇଲ ଗତ ସୋମବାର ଭାରତରେ ଲଞ୍ଚ ହୋଇଥିଲା। ଫ୍ଲିପ୍‌କାର୍ଟ ଓ ICICI ବ୍ୟାଙ୍କ କ୍ରେଡିଟ୍‌ କାର୍ଡ଼ରେ କିଣିଲେ ଗ୍ରାହକଙ୍କୁ  ବିଶେଷ ଅଫର ସୁବିଧା ରହିଛି। ସେହିପରି ପୁରୁଣା ମଡେଲ ମୋଟୁ ଫୋନ୍‌ରୁ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ Android 8.0 Oreo ସୁବିଧା ଉପଲବ୍ଧ ରହିଛି।  ଏହାର ମୂଲ୍ୟ ୨୪,୯୯୦ ଟଙ୍କା ରହିଛି।  ବ୍ଲୁ ଏବଂ ସୁପର ବ୍ଲାକ କଲରରେ ଏହି ମୋବାଇଲ ଉପଲବ୍ଧ। ୩ ଜିବି ରାମ୍ ଥିବା Moto X4 ମୋବାଇଲରେ ୩୨ ଜିବି ଇଣ୍ଟରନାଲ ମେମୋରୀ ଥିବା ବେଳେ ୬ ଜିବି ରାମ୍‌ ବିଶିଷ୍ଟ Moto X4 ମୋବାଲଇରେ ୬୪ ଜିବି ଇଣ୍ଟରନାଲ ମେମୋରୀ ରହିଛି। ତେବେ ୩ଜିବି ରାମ୍ ଥିବା Moto X4 ମୋବାଇଲର ଦାମ 20,990 ଟଙ୍କା ରହିଛି।  ଯଦି ଆପଣ  ୬ ଜିବି ରାମ୍‌ ବିଶିଷ୍ଟ Moto X4 ମୋବାଲକୁ ICICI ବ୍ୟାଙ୍କ କ୍ରେଡିଟ୍‌ କାର୍ଡ଼ରେ କିଣୁଛନ୍ତି ତେବେ ୧୫୦୦ ଟଙ୍କାର ରିହାତି ପାଇବେ।

ସେହିପରି କମ୍ପାନୀ ପକ୍ଷରୁ ଆଉ ଏକ ସୁବଧା ମଧ୍ୟ ଘୋଷଣା କରାଯାଇଛି। ଯଦି ଆପଣ Moto ସମ୍ପର୍କିତ ମୋବାଇଲକୁ ବଦଳ କରୁଛନ୍ତି ତେବେ ଆପଣଙ୍କୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଡ ମିଳିବ। ଲାଟେଷ୍ଟ ଭର୍ସନରେ ଆସିଥିବା Moto X4 ମୋବାଇଲରେ ୫.୨ ଇଞ୍ଚ ବିଶିଷ୍ଟ full-HD (1080×1920 pixels) LTPS IPS ଡିସ୍‌ପ୍ଲେ ରହିଛି। ଏଥିସହ 2.2 GHz Qualcomm Snapdragon 630 octaired ପ୍ରସେସର ରହିଛି। ସେହିପରି SD card ସପୋର୍ଟ ରହିଛି। ଏଥିରେ ଡ୍ୟୁଆଲ କ୍ୟାମେରା, ୧୨  megapixel କ୍ୟାମେରା ସହ  f / 2.0 aperture, ୩000mAh battery ରହିଛି।  ଏହାର ବିଶେଷତ୍ୱ ହେଉଛି ୧୫ ମିନିଟରେ ୬ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ହୋଇ ପାରିବ।