ସବୁ ସୁବିଧା ସହ ମାର୍କେଟ୍‌କୁ ଆସୁଛି 6GB ରାମ୍‌ର ଫୋନ: ପୁରୁଣାକୁ ବି କରିପାରିବେ ଅପ୍‌ଡେଟ୍‌, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ମୋଟୋରୋଲା ନିଜ ମେଡ ରୋଜ ସ୍ମାର୍ଟଫୋନ୍‌ Moto X4 ର ଅପଗ୍ରେଡ ଭର୍ସନକୁ ଆସନ୍ତା ଫେବୃଆରୀ ୧ ତାରିଖରେ ଭାରତରେ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏହାର ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ନୂ ଭେରିଏଣ୍ଟ ପୁରୁଣା ଠାରୁ ଅଧିକ ଖୀପ୍ର ଓ ଶାର୍ପ ରହିଛି। ଏହି ଫୋନ 6GB ରାମ୍‌ ସହ ଆସିବ। ଏଥିରେ ଆଣ୍ଡ୍ରୋଏଡ 8.0 ଓରିୟୋ ଦିଆଯାଇଛି।

Moto X4 ର ବର୍ତ୍ତମାନ ଭର୍ସନରେ 3GB ଓ 4GB ରାମ୍‌ ରାହିଛି। 3GB ରାମ୍‌ ଭେରିଏଣ୍ଟର ମୂଲ୍ୟ ୨୦,୯୯୯ ଓ 4GB ରାମ୍‌ ଭେରିଏଣ୍ଟର ମୂଲ୍ୟ ୨୨,୯୯୯ ଟଙ୍କା ରହିଛି।  6GB ଭେରିଏଣ୍ଟ ସ୍କାର୍ଟଫୋନ୍‌ର ମୂଲ୍ୟ ୨୪,୯୯୯ ଟଙ୍କା ଆସିପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଆପଣ ମୋଟୋରାଲା ଫୋନ୍‌ ବ୍ୟବହାର କରୁଛନ୍ତି, ତେବେ ପୁରୁଣା ଫୋନ୍‌ରେ ଆପଣ ଏହି ନୂଆ ଆଣ୍ଡ୍ରୋଏଡ ଭର୍ସନକୁ ଅପଡେଟ୍‌ କରିପାରିବ। ଏହାର ପ୍ରୋସେସ୍‌ ବହୁତ ସହଜ। ଆସନ୍ତୁ ଜାଣିବା ପୁରୁଣା ଫୋନ୍‌ରେ କେମିତି ଏହାକୁ ଅପ୍‌ଡେଟ୍‌ କରିବେ।

ଷ୍ଟେପ୍‌-୧: ପ୍ରଥମେ ସ୍ମାର୍ଟଫୋନର ସେଟିଂକୁ ଯାଆନ୍ତୁ। ଏଥିରେ ପୂରା ତଳେ About Phone ଅପ୍‌ସନ୍‌ ମିଳିବ। ଏହାକୁ କ୍ଲିକ କରନ୍ତୁ।

ଷ୍ଟେପ-୨: ଏବେ ତଳକୁ ଫୋନ୍‌ର ବର୍ତ୍ତମାନ ଅପରେଟିଙ୍ଗ ସିଷ୍ଟମ Android 7.1.1 ଲେଖା ଥିବା ଦେଖିବାକୁ ପାଇବେ। ଏହା ଉପରକୁ System Update ଥିବ। ଏହା ଉପରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୍‌-୩: ଯଦି ଆପଣଙ୍କ ଫୋନ୍‌ରେ ଅପଡେଟ୍‌ ନାହିଁ ତେବେ ଡିଭାଇସ୍‌ରେ Up to date ମେସେଜ୍‌ ଆସିବ। ସେଥିରେ ନୂଆ ଅପ୍‌ଡେଟ୍‌ ଥିବାରୁ ଡାଉନ୍‌ଲୋଡ଼ ଆରମ୍ଭ ହୋଇଯିବ।

ଷ୍ଟେପ-୪: ଡାଉନ୍‌ଲୋଡିଂ ପ୍ରୋସେସ୍‌ ପୂରା ହେବା ପରେ ଫୋନ୍‌ ସ୍କ୍ରିନ୍‌ରେ ଏହାକୁ ଇନଷ୍ଟଲ କରିବାକୁ ମେସେଜ୍‌ ଆସିବ। ଯଦି ଆପଣ ଏହାକୁ ଇନଷ୍ଟଲ କରିବାକୁ ଚାହୁଁଚନ୍ତି, ତେବେ install ଉପରେ କ୍ଲିକ କରନ୍ତୁ।

ଷ୍ଟେପ-୫: ଫୋନ୍‌ କିଛି ସମୟ ପରେ ରିଷ୍ଟୋର ହେବ ଓ ଏଥିରେ ନୂଆ ଅପଡେଟ୍‌ install ହେବା ଆରମ୍ଭ ହୋଇଯିବ। ଅପ୍‌ଡେଟ୍‌ ଶେଷ ହେବା ପରେ ସ୍କ୍ରିନ୍‌ ପରେ ସକ୍ସେସ୍‌ଫୁଲର ମେସେଜ ଆସିବ।