ଅମରନାଥ ଯାତ୍ରା ପାଇଁ ନିଆରା ଢଙ୍ଗରେ ସୁରକ୍ଷା ବ୍ୟବସ୍ଥା, ସୁରକ୍ଷା କର୍ମୀଙ୍କ ହେଲମେଟ୍‌ରେ ରହିବ କ୍ୟାମେରା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିନକ ପରେ ଆରମ୍ଭ ହେବ ପ୍ରସିଦ୍ଧ ଅମରନାଥ ଯାତ୍ରା। ଏନେଇ ଜାମ୍ମୁ ଓ କାଶ୍ମୀରରେ ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରସ୍ତୁତି। ପ୍ରଥମ ଥର ପାଇଁ ନିଆରା ଢଙ୍ଗରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ସିଆର୍ପିଏଫ୍ ଯବାନ। ବାଇକ୍ ଯୋଗେ ଯାତ୍ରାର କୋଣ ଅନୁକୋଣ ଉପରେ ନଜର ରଖିବେ ଯବାନ। ସୁରକ୍ଷା କର୍ମୀଙ୍କ ହେଲମେଟ୍‌ରେ ରହିବ କ୍ୟାମେରା। କୌଣସି ବି ସମ୍ବେଦନଶୀଳ ଘଟଣାରେ ଯଥାଶୀଘ୍ର ଘଟଣାସ୍ଥଳକୁ ପହଞ୍ଚିବା ହେବ ଯବାନଙ୍କ ପ୍ରଥମ କାମ। ଏହାସହ କୌଣସି ବି ଯାତ୍ରୀ ଆହତ ହେଲେ ସଙ୍ଗେ ସଙ୍ଗେ ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ପ୍ରାୟ ତିନି ଲକ୍ଷ ଯାତ୍ରୀ ଚଳିତ ଥର ବାବା ଅମରନାଥଙ୍କ ଦର୍ଶନ କରିବେ। ଆସନ୍ତାକାଲିଠୁ ଜମ୍ମୁ ବେସ୍ କ୍ୟାମ୍ପରୁ ଆରମ୍ଭ ହେବ ପ୍ରଥମ ବ୍ୟାଚ୍ ଯାତ୍ରା।Image result for amarnath yatra security guard camera in helmet