ମେସିନ ସାଜିଲା ମୃତ୍ୟୁର ଦୂତ, ଯୁବକଙ୍କୁ ଟାଣି ନେଇ ମାରିଦେଲା  

ମୁମ୍ବାଇ: ମେଶିନ ସାଜିଲା ମୃତ୍ୟୁର ଦୂତ। ଏମଆରଆଇ  ସ୍କାନ ବେଳେ ସତର୍କ ରୁହନ୍ତୁ।   ନଚେତ ମେସିନର ଚୁମ୍ବକୀୟ କ୍ଷେତ୍ର ପ୍ରଭାବରେ ଆପଣଙ୍କ ଜୀବନ ଅଯିବାର ଆଶଙ୍କା ରହିଛି ।  କାରଣ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ସେଣ୍ଟ୍ରାଲର ନାୟାର ହସପିଟାଲରେ।   ହସପିଟାଲରେ ରୋଗୀଙ୍କୁ ଏମଆରଆଇ ସ୍କାନିଂ ପାଇଁ ନେବାବେଳେ ମେସିନରେ ଚୁମ୍ବକୀୟ କ୍ଷେତ୍ରକୁ ଟାଣି ହୋଇ ଜଣେ ସଂପର୍କୀୟଙ୍କ ମୃତ୍ୟୁ ଘଟିଛି।  ଏହାକୁ ନେଇ ଜଣେ ଡାକ୍ତରଙ୍କ ସହ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।  ପୋଲିସ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି।

୩୨ବର୍ଷ ବୟସ୍କ ରାଜେଶ ମାରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଏମଆରଆଇ ରୁମ ଭିତରକୁ ସ୍କାନିଂ ପାଇଁ ନେଇଥିଲେ।  ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅକ୍ସିଜେନ ଦିଆଯାଉଥିଲା।   ଆଉ ରାଜେଶ ଅକ୍ସିଜେନ ସିଲିଣ୍ଡର ଧରି ଏମଆରଆଇ ରୁମ ଭିତରକୁ ଯାଇଥିଲେ।  ଏହି ସମୟରେ ଚୁମ୍ବକୀୟ କ୍ଷେତ୍ର ପ୍ରଭାବରେ ରାଜେଶ ଏମଆରଆଇ ମେସିନକୁ ଟାଣି ହୋଇ ଯାଇଥିଲେ।   ଘଟଣାସ୍ଥଳରେ ହିଁ ରାଜେଶଙ୍କ ମୃତ୍ୟୁ ଘଟିଥିଲା।