ମୁଁ ସଂସଦରେ କହିଲେ ଭୂମିକମ୍ପ ହୋଇଯିବ: ରାହୁଲ

ନୂଆଦିଲ୍ଲୀ:  ମୁଁ ସଂସଦରେ କହିଲେ ଭୂମିକମ୍ପ ହୋଇଯିବ। ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଏପରି ବିବୃତ୍ତି ଦେଇଛନ୍ତି। ଗୃହରେ ବିତର୍କ ହୋଇପାରୁ ନ ଥିବାରୁ ସେ ନିଜ ମନ୍ତବ୍ୟ ରଖିପାରୁ ନାହାନ୍ତି ବୋଲି ରାହୁଲ କହିଛନ୍ତି।

ବିମୁଦ୍ରାକରଣକୁ ନେଇ ପାର୍ଲାମେଣ୍ଟରେ ଅଚଳାବସ୍ଥା ଜାରି ରହିଛି। ଏହି ପ୍ରସଙ୍ଗରେ ବିତର୍କ ଲାଗି ବିରୋଧୀ ଓ ସରକାରଙ୍କ ମଧ୍ୟରେ ସମାଧାନର ବାଟ ପ୍ରସ୍ତୁତ ହୋଇଥିବା କୁହାଯାଉଥିଲା। ହେଲେ ପୂର୍ବ ପରି ଆଜି ମଧ୍ୟ ଗୃହରେ ଅଳଚାବସ୍ଥା ଦେଖିବାକୁ ମିଳିଥିଲା। ଲୋକଙ୍କ ସମସ୍ୟାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରି ନ ଥିଲା।