ମୁମ୍ବାଇ: ନିର୍ମାଣାଧୀନ ବିଲ୍ଡିଂର ସ୍ଲାବ ଖସି ୧୦ଶ୍ରମିକ ମୃତ, ୩ ଆହତ

ମୁମ୍ବାଇ: ମହାରାଷ୍ଟ୍ର ପୁନେର ବାଡବାଲି ଅଞ୍ଚଳରେ ନିର୍ମାଣାଧୀନ ବିଲ୍ଡିଂର ସ୍ଲାବ ଖସି ପଡ଼ିବାରୁ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।  ସେମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ,ପ୍ରାଇଡ ପ୍ରପେଲ କନଷ୍ଟ୍ରସନ୍‌ ଦ୍ୱାରା ନିର୍ମାଣାଧୀନ ବିଲ୍ଡିଂର ୧୪ମହଲାରେ କାମ ଚାଲିଥିବା ବେଳେ ଆଜି ଏକ ସ୍ଲାବ ଖସି ପଡ଼ିଥିଲା। ଏହି ସମୟରେ ୧୩ଜଣ ଶ୍ରମିକ କାମ କରୁଥିଲେ।  ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ  ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

 ପୁଣେର ମେୟର ପ୍ରଶାନ୍ତ ଜଗତାପ କହିଛନ୍ତି, “ମୁଁ ଏହି ଘଟଣାକୁ ଗୁରୁତର ସହକାରେ ନେଇଛି। ନିର୍ମାଣସ୍ଥଳର ଯାଞ୍ଚ କରିବାକୁ କରିବା ନିର୍ଦ୍ଦେଶ ଦେଇଛି।”