ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତିକୁ ନେଇ ୟୁପି ସରକାରଙ୍କ ନିୟମକୁ ଶିବସେନାର ପ୍ରଶଂସା

ମୁମ୍ବାଇ: ଉର୍ଦ୍ଦୁ ଶିକ୍ଷକ ନିୟୁକ୍ତିକୁ ନେଇ ୟୁପି ସରକାର କରିଥିବା ନିୟମକୁ ଶିବସେନା ନିଜର ମୁଖପତ୍ର ‘ସାମନା’ରେ ପ୍ରଶଂସା କରିଛି। ବାଧ୍ୟବାଧ୍ୟକତା ହେଉ ପଛେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇଛନ୍ତି। ଏପରି ପଦକ୍ଷେପ ସାରା ଦେଶରେ କାର୍ଯ୍ୟକାରୀ ହେବା ଦରକାର ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଜଣେରୁ ଅଧିକ ପତ୍ନୀ ଥିବା ବ୍ୟକ୍ତି ଉର୍ଦ୍ଦୁ ଶିକ୍ଷକ ପାଇଁ ଆବେଦନ ନ କରିବାକୁ ୟୁପି ସରକାର ନିୟମ କରିଛନ୍ତି।

ଶିବସେନା ପକ୍ଷରୁ କୁହାଯାଇଛି, ମୁସଲମାନଙ୍କୁ ଦେଶର ମୁଖ୍ୟସ୍ରୋତରେ ସାମିଲ ହେବାକୁ ହେଲେ ‘ଆମେ ୫ ଆମର ୨୫’ ନୀତିରୁ ବାହାରକୁ ଆସିବାକୁ ପଡିବ। ଏହାସହ ୟୁପି ସରକାରଙ୍କ ଏହି ନିଷ୍ପତ୍ତିକୁ ମୁସଲମାନ ସମାଜ ସ୍ୱାଗତ କରିବା ଦରକାର ବୋଲି ‘ସାମନା’ରେ ଉଲ୍ଲେଖ କରାଯାଇଛି।