ମୁଫତି ମହମ୍ମଦ ସଇଦ ଅସୁସ୍ଥ: ମହବୁବା ମୁଫତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି

ଶ୍ରୀନଗର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଇଦ ଅସୁସ୍ଥ ଥିବାରୁ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଝିଅ ମହବୁବା ମୁଫତିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି  ପିଡିପି ଦାବି କରିଛି। ତେବେ ବିଜେପି କହିଛି, ସଇଦଙ୍କ ସହ ତାଙ୍କ ଦଳର ମେଣ୍ଟ ହୋଇଛି କିନ୍ତୁ ତାଙ୍କ ଝିଅ ମହବୁବା ମୁଫତିଙ୍କ ସହ ନୁହଁ। ସଇଦ ଗତ ଏକ ସପ୍ତାହରୁ ଦିଲ୍ଲୀ ସ୍ଥିତ ଏମ୍ସରେ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ରାଜନୈତିକ ବିଶେଷଜ୍ଞ କହିବାନୁସାରେ ଯଦି ମହବୁବା ମୁଫତିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ବିଜେପି ତାଙ୍କୁ ୩ବର୍ଷ ଏବଂ ନିଜ ଦଳର ମୁଖ୍ୟମନ୍ତ୍ରୀ ଆଶାୟୀ  ଡ଼ଃ ଜିତେନ୍ଦ୍ର ସିଂଙ୍କୁ ୩ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଡିଲ୍ କରିପାରେ।

ଜମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ଡ଼ଃ ନିର୍ମଳ ସିଂ କହିଛନ୍ତି, ସଇଦଙ୍କ ଅନୁପସ୍ଥିତିରେ ସରକାର ସୂଚାରୁ ରୂପେ ଚାଲିଛି।