ଆରମ୍ଭ ହେଲା ଅମ୍ବାନୀଙ୍କ ଘରେ ପ୍ରି-ୱେଡିଂ ସେରିମନି

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରି-ୱେଡିଂ ସେରିମନି  ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଓ ଶ୍ଲୋକା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।  ଶ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ଝିଅ। ତେବେ ଆଣ୍ଟିଲିଆରେ ଏନେଇ ଅମ୍ବାନୀ ପରିବାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଲୋକପ୍ରିୟ ଗୁଜରାଟି ଫୋକ୍‌ ସିଙ୍ଗର ଫାଲଗୁନୀ ପାଠକ ଟିମ୍‌ ସହ ସ୍ପେଶାଲ ପରଫମାନ୍ସ ଦେଇଥିଲେ। ଏଥିରେ ପୂରା ଅମ୍ବାନୀ ପରିବାର ଦାଣ୍ଡିଆରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ଗତବର୍ଷ ମୁକେଶଙ୍କ ଝିଅ ଈଷା ଅମ୍ବାନୀଙ୍କ ବାହାଘର ରାଜକୀୟ ଢଙ୍ଗରେ ସରିଥିବାବେଳେ ଆକାଶଙ୍କ ବାହାଘର ବି ବଡ଼ ଧୁମଧାମରେ କରାଯିବ ବୋଲି ସୂଚନା ମିଳିଛି। ପୁଅ ଆକାଶଙ୍କ ବାହାଘରର କାର୍ଯ୍ୟକ୍ରମ ୩ଦିନ ଯାଏ ଚାଲିବ। ମାର୍ଚ୍ଚ ୯ ତାରିଖରେ ଆକାଶ ଏବଂ ଶ୍ଲୋକା ମେହେଟ୍ଟାଙ୍କ ବାହାଘର ହେବ। ଏଥିପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇଛି। ଦିନ ୩ଟା ୩୦ରେ ବର ବାହାରି ସନ୍ଧ୍ୟା ୭ଟା ସୁଧା ଜିଓ ୱର୍ଲ୍ଡ ସେଣ୍ଟରଠାରେ ପହଞ୍ଚିବ।

ସେହିଠାରେ ହିଁ ବାହାଘର ସମ୍ପନ୍ନ ହେବ। ଏହାପରେ ୧୦ ତାରିଖଦିନ ବାହାଘରର ଉତ୍ସବ ପାଳନ ହେବ। ଏହାପରେ ମାର୍ଚ୍ଚ୧୧ରେ ଅମ୍ବାନୀ ଓ ମେହେଟ୍ଟା ପରିବାର ଜିଓ ୱର୍ଲ୍ଡ ସେଣ୍ଟରରେ ରିସେପସନ୍‌ ପାର୍ଟି ଦେବେ। ଏହି ପାର୍ଟିରେ ଏଥିରେ ଭଭୟ ପକ୍ଷଙ୍କ ପରିବାରବର୍ଗ ସମ୍ପର୍କୀୟ ଓ ବହୁ ନାମିଦାମି ଅତିଥି ଯୋଗ ଦେବେ।

View this post on Instagram

Performed Last Night for #Ambani Family with One & Only #FalguniPathak n Ta-Thaiya OLD MEMORIES REVIVED: It was Great Honour for we two Brothers i.e. Rajesh Trivedi & Myself that we performed for Ambani Family for 10 Long Years from 1995 to 2005 and Executed every Event happened in the Family at various venues like Sea Wind (Ambani House), NitaAmbani's Parents Side, Munim House (TinaAmbani's Parents House), Dhirubhai Ambani City, Goa (DiptiSalgaonkar's House), Surat-Hazira, Jamnagar, Nathdhwara n many others…. Even at the #Antilia, the very First Musical Event was arranged by us on the Occasion of Family #GruhPravesh in #Nov2010 For All these, We Thank #SamirbhaiSata from the Bottom of Our Hearts. It was possible for us just because of you Samirbhai 🙂 I was glad to receive the same Love from the Ambani Family last night 🙂

A post shared by Tushar Trivedi (@tushartrivedisinger) on