କ୍ରାଇମ୍ ଓ କରପ୍‌ସନ୍‌ର ମିଶ୍ରଣ ପାଲଟିଛି କମ୍ୟୁନିଷ୍ଟ ପାର୍ଟି: ମୁଖ୍‌ତାର ଆବାସ୍ ନକ୍‌ଭି

ଥିରୁଅନନ୍ତପୁରମ୍: କେରଳରେ ଆରଏସ୍ଏସ୍ କର୍ମୀଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେପି। କମ୍ୟୁନିଷ୍ଟ ପାର୍ଟିର ଏଭଳି ଆକ୍ରମଣକୁ ନିନ୍ଦା କରି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍ ନକ୍‌ଭି କହିଛନ୍ତି, ‘କ୍ରାଇମ୍ ଏବଂ କରପ୍‌ସନ୍‌ର ମିଶ୍ରଣ ପାଲଟିଛି କମ୍ୟୁନିଷ୍ଟ ପାର୍ଟି।’

ଗତକାଲି କେରଳର କନ୍ନୁର ଜିଲ୍ଲାରେ ଜଣେ ଆରଏସ୍ଏସ୍ କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପଛରେ ସିପିଆଇଏମ୍ ଏବଂ ଶାସକ ଦଳର  ହାତ ଥିବା କେରଳ ବିଜେପି ଅଭିଯୋଗ କରିଛି।