ମୁଲାୟମ ଓ ଅଖିଳେଶଙ୍କ ସହ ‘ହାପି ଫ୍ୟାମିଲି ପୋଷ୍ଟର’ ପୋଷ୍ଟ କଲେ ଶିବପାଲଙ୍କ ପୁଅ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମାଲିକାନା ଓ ପାରିବାରିକ ବିବାଦକୁ ନେଇ ମୁଲାୟମ ସିଂହ ଯାଦବ ଓ ଅଖିଳେଶ ଯାଦବ କିଛିଦିନ ହେବ ଜାତୀୟ ଖବର ପାଲଟିଛନ୍ତି। ମୁଖ୍ୟମନ୍ତ୍ରୀ ଅଖିଳେଶ ସମାଜବାଦୀ ପାର୍ଟିର ସାଇକେଲ ଚିହ୍ନ ହାତେଇବା ପରେ ମୁଲାୟମଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟ ଯିବାକୁ ସୂଚନା ଦେଇଛନ୍ତି। ଏପରି ସ୍ଥିତି ଅଖିଳେଶଙ୍କ ମୁଖ୍ୟ ବିରୋଧୀ କୁହାଯାଉଥିବା ଶିବପାଲ ଯାଦବଙ୍କ ପୁଅ ଆଦିତ୍ୟ ଯାଦବ ସୋସିଆଲ ମିଡିଆରେ ‘ହାପି ଫ୍ୟାମିଲି’ର ଏକ ଫଟୋ ଛାଡିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଆଦିତ୍ୟ କରିଥିବା ଟ୍ୱିଟ୍‌ରେ ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ, ଶିବପାଲ ଯାଦବଙ୍କ ସହ ନିଜ ଫଟୋ ଥିବା ଏକ ପୋଷ୍ଟର ସେୟାର କରିଛନ୍ତି। ଏହାର କ୍ୟାପସନ୍‌ରେ “ଉତ୍ତର ପ୍ରଦେଶର ସାମଗ୍ରୀକ ବିକାଶ ପାଇଁ ଆମ ସମସ୍ତଙ୍କ ସହଯୋଗର ଅବାଶ୍ୟକତା ରହିଛି” ବୋଲି ସେ ଉଲ୍ଲେଖ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।