ପୁଅ ବିରୋଧରେ ଅସନ୍ତୋଷ ଓଗାଳିଲେ ମୁଲାୟମ: କହିଲେ ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ଭୁଲ୍‌ ଥିଲା

ଲକ୍ଷ୍ନୌ: ୟୁପି ନିର୍ବାଚନର  ଉଷ୍ମତା ଥଣ୍ଡା ପଡ଼ିଯାଇଥିବା ବେଳେ ଏବେ ମୁଲାୟମ ସିଂ ଯାଦବ ବିଗତ ଦିନରେ କରିଥିବା ଭୁଲ ପାଇଁ ପଶ୍ଚାତାପ କରୁଛନ୍ତି। ନିର୍ବାଚନରେ  ସମାଜବାଦି ପାର୍ଟିର ଶୋଚନୀୟ ପରାଜୟ ପରେ ପାର୍ଟିର ସୁପ୍ରିମୋ ମୁଲାୟମ ସିଂ ଯାଦବ ଆତ୍ମସମୀକ୍ଷା କରୁଛନ୍ତି। ହିସାବନିକାଶ ବି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମୁଲାୟମ ମୈନପୁରୀର ଜୁନେଶା ଗ୍ରାମକୁ ଏକ  ପ୍ରତିମୂର୍ତ୍ତି ଅନାବରଣ କରିବାକୁ ଯାଇଥିବା ବେଳ ଆୟୋଜିତ ସଭାରେ ପୁଅ ଅଖିଳେସଙ୍କ ବିରୋଧରେ ବର୍ଷି ଥିଲେ଼। କହିଥିଲେ ୨୦୧୨ରେ ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ  କରିବା ଜୀବନରେ ସବୁଠୁ ବଡ଼ ଭୁଲ ନିଷ୍ପତ୍ତି ଥଲା।

ଯଦି ମୁଁ ନିଜେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ଦଳର ଏଭଳି ସ୍ଥିତି ଦେଖିବାକୁ ମିଳି ନଥାନ୍ତା। ସେହିପରି କଂଗ୍ରେସ ସହ ହାତ ମିଳାଇବା ଆଉ ଏକ ମସ୍ତବଡ଼ ଥିଲା ବୋଲି କହିଛନ୍ତି। ଏଥିପାଇଁ ସେ ସବୁ ଦୋଷ ଅଖିଳେସଙ୍କୁ ଦେଇଛନ୍ତି। ସେପଟେ

ମୁଲାମୟଙ୍କ ମନ୍ତବ୍ୟକୁ ତାଙ୍କ ଭାଇ ଶିବପାଲ ଯାଦବ ସମର୍ଥନ କରିଛନ୍ତି। ସୂଚନା ଅନୁଯାୟୀ, ସମାଜବାଦି ପାର୍ଟିରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚି ଥିବା ବେଳେ ନିକଟରେ  ଦଳରୁ ଶିବପାଲ ଯାଦବ ବାହାରି ଯାଇ ଏକ ନୂଆ ଦଳ ଗଠନ କରିଛନ୍ତି। ସମାଜବାଦି ପାର୍ଟି ସିକ୍ୟୁଲାର ମୋର୍ଚ୍ଚା ନାମରେ ଗଠିତ ହୋଇଥିବା ଏହି ଦଳରେ ମୁଲାୟମଙ୍କୁ ମୁଖ୍ୟ ରହିବା ପାଇଁ ସେ ଘୋଷଣା କରିଥିଲେ।

ସୌଜନ୍ୟ ଆଜ୍‌ତକ୍‌