ମୁମ୍ବାଇ: ୨୨ ମହଲା କୋଠାରେ ନିଆଁ, ୭ ମୃତ, ୧୮ ଆହତ

ମୁମ୍ବାଇ: ମୁମ୍ବାଇର ପୋୱାଇ ଅଞ୍ଚଳରେ ଥିବା ଏକ ୨୨ ମହଲା କୋଠାରେ ଶନିବାର ପ୍ରାୟ ସାଢ଼େ ୫ଟା ବେଳେ ନିଆଁ ଲାଗି ଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି।

ମୁମ୍ବାଇର ଏସିପି ପ୍ରଦୀପ ସୋନୱାନେ କହିଛନ୍ତି ଯେ ଏହି କୋଠାର ୧୪ ତମ ମହଲାରେ ନିଆଁ ଲାଗି ଯାଇଥିଲା। ଏହା ପରେ ନିଆଁ ଆଉ ଦୁଇଟି ମହଲାକୁ ବ୍ୟାପୀ ଯାଇଥିଲା। ନିଆଁ ଲାଗିବାର କାରଣ ସଂପର୍କରେ ଜଣାପଡ଼ି ନାହିଁ। ତେବେ ନିଆଁ ଲାଗିବା ବେଳେ ମୃତକମାନେ ଏକ ଲିଫ୍ଟରେ ଫସି ଯାଇଥିଲେ। ତେଣୁ ଅଣନିଶ୍ୱାସୀ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିଲା।